Latest Odisha News

BREAKING NEWS

ଭଦ୍ରକରେ ସେକ୍ସ ରାକେଟ୍ ଠାବ

ଭଦ୍ରକ: ଭଦ୍ରକର ଏକ ହୋଟେଲରେ ସେକ୍ସ ରାକେଟ ଚାଲିଥିବା ବେଳେ ଚଢଉ କରିଛି ପୋଲିସ। ଏଥିସହିତ ଦୁଇଜଣ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ଦୁଇଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଜଣେ ପୋଲିସ ଅଧିକାରୀ ଗ୍ରାହକ ଭାବରେ ହୋଟେଲକୁ ଆସିଥିଲେ। ଦୁଇ ହଜାର ଟଙ୍କାରେ ଡିଲ୍ କରିବା ପରେ ଜଣେ ଯୌନ କର୍ମୀଙ୍କ ସହିତ ଏକ କୋଠରୀ ଭଡାରେ ନେଇଥିଲେ। କିଛି ସମୟ ପରେ ପୋଲିସର ଏକ ଟିମ୍ ହୋଟେଲରେ ଚଢଉ କରିବା ସହ ଦୁଇ ଯୌନ କର୍ମୀ ଏବଂ ଜଣେ କେୟାରଟେକରଙ୍କୁ ଅଟକ ରଖିଛି।

ପରେ ଚରମ୍ପା ଏବଂ ଅସୁରର ହୋଟେଲ ସମେତ ଅନ୍ୟ କେତେକ ସ୍ଥାନରେ ଚଢାଉ କରାଯାଇଥିଲା। ଚରମ୍ପା ନିକଟସ୍ଥ ଏକ ଟେଲରିଂ ଦୋକାନର ଶୌଚାଳୟରୁ ଜଣେ ଯୌନ କର୍ମୀଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ଜଣେ ଯୁବକଙ୍କୁ ଗିରଫ କରାଯାଇଥିଲା।

 

Comments are closed.