Latest Odisha News

BREAKING NEWS

ନିଖୋଜ ନାବାଳିକାକୁ ଖୋଜୁଥିଲା ପୋଲିସ, ଧରାପଡିଲା ଦେହ ବ୍ୟବସାୟୀ ଗ୍ୟାଙ୍ଗ

ପୁରୀ: ତାଳବଣିଆ ପୋଲିସକୁ ବଡ଼ ସଫଳତା। ନିଖୋଜ ନାବାଳିକାକୁ ଖୋଜୁ ଖୋଜୁ ଧରାପଡିଲା ଦେହ ବ୍ୟବସାୟ ଗ୍ୟାଙ୍ଗ। କିଙ୍ଗପିନ ରଞ୍ଜୁଲତା ଦାସଙ୍କ ସମେତ ୧୨ ଜଣଙ୍କୁ ଗିରଫ କଲା ପୋଲିସ।

ଜୋରଜବରଦସ୍ତ ସେକ୍ସ ରାକେଟ ଚଳାଉଥିଲା ରଞ୍ଜୁଲତା । ଧରମ ମାଆ ସାଜି ଦୁଇ ନାବାଳିକାଙ୍କ ସହ ତାଙ୍କ ମାଆଙ୍କୁ ମଧ୍ୟ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରୁଥିଲା। ନାବାଳିକା ନିଖୋଜ ନେଇ ଜାନୁଆରୀ ୧୮ତାରିଖରେ ଥାନାରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ମାଆ।

ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ କରି ନାବାଳିକାକୁ ଉଦ୍ଧାର କରିଥିଲା। ନାବାଳିକାଠୁ ସମସ୍ତ ତଥ୍ୟ ନେଇ ଚଢାଉ କରି ଏକ ବଡ଼ ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ତାଳବଣିଆ ପୋଲିସ। ସମସ୍ତ ଅଭିଯୁକ୍ତଙ୍କୁ ପକ୍ସୋ ଆକ୍ଟରେ ଗିରଫ କରାଯାଇଛି।

Comments are closed.