ରାଉରକେଲା:ମଙ୍ଗଳବାର ରାଉରକେଲା ଜଗଦା ଅଞ୍ଚଳରେ ଏକ ସେକ୍ସ ରାକେଟ ଠାବ ହୋଇଛି । ଗ୍ରାହକ ସାଜି ସେକ୍ସ ରାକେଟ ଉପରେ ଚଢ଼ାଉ କରିଥିଲା ପୋଲିସ । ରାଉରକେଲାରେ ଖୋଲାଖୋଲି ଭାବେ ନିଜ ଘରେ ଚାଲେଇଥିଲେ ସେକ୍ସ ରାକେଟ ।
ଝିରପାଣି ପୋଲିସ ସେକ୍ସ ରାକେଟ ଠାବ କରି ୫ ଯୁବତୀଙ୍କୁ ଉଦ୍ଧାର କରିଛି । ରାଣୀ ମହୁମାଛି ସହ ଜଣେ ଘର ମାଲିକ ଏବଂ ଜଣେ ଦଲାଲ ସହ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଟକ ଥିବା ଦଲାଲମାନେ ପୂର୍ବରୁ ମଧ୍ୟ ସେକ୍ସ ରାକେଟ ଚଳାଇବା ଅଭିଯୋଗରେ ଗିରଫ ହୋଇଥିଲେ।
ସୂଚନା ଅନୁଯାୟୀ, ରାଉରକେଲା ଜଗଦା ଅଞ୍ଚଳରେ ଏକ ସେକ୍ସ ରାକେଟ ଚାଲିଥିବା ସୂଚନା ମିଳିବା ପରେ ରାଉରକେଲା ଏସପି ନୀତେଶ ୱାଧୱାନିଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଟିମ୍ ଚଢ଼ାଉ କରିଥିଲେ।
ରାଉରକେଲା ପୋଲିସର ସ୍ଵତନ୍ତ୍ର ସ୍କ୍ୱାର୍ଡ ଏବଂ ଝିରିପାଣି ଥାନା ପୁଲିସ ଚଢ଼ାଉ କରି ଜଗଦାର ଏକ ଘରୁ ୫ ଜଣ ମହିଳାଙ୍କୁ ଉଦ୍ଧାର କରିଥିଲେ। ଏହା ସହ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଅଟକ ରଖି ଥାନାରେ ପଚରା ଉଚୁରା କରୁଛି ପୋଲିସ।
ତେବେ କେବେ ଠାରୁ ଓ କେଉଁମାନଙ୍କୁ ନେଇ ଚାଲିଥିଲା ଦେହ ବେପାର ତା’ର ଖୋଳ ତାଡ଼ କରୁଛି ରାଉରକେଲା ଝିରପାଣି ପୋଲିସ ।
Comments are closed.