Latest Odisha News

BREAKING NEWS

ଏୟାରପୋର୍ଟ ନିକଟ ଜଙ୍ଗଲରେ ଚାଲିଥିଲା ସେକ୍ସ ରାକେଟ!

ଭୁବନେଶ୍ୱର: ରାଜଧାନୀର ହାଇସିକ୍ୟୁରିଟି ଜୋନ ନିକଟରେ ଚାଲିଛି ଦେହ ବ୍ୟବସାୟ! ବିମାନ ବନ୍ଦର ପାଖରେ ଥିବା ଜଙ୍ଗଲରେ ଚାଲିଥିଲା ସେକ୍ସ ରାକେଟ। ଯାହାକୁ ଦେଖିବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ କାବୁ କରିଥିଲେ। ପରେ ପୋଲିସକୁ ଖବର ଦେଇ ହସ୍ତାନ୍ତର କରିଛନ୍ତି। ଗିରଫ ହୋଇଥିବା ଦୁଇ ଯୁବକଙ୍କୁ ମଧ୍ୟରୁ ଜଣଙ୍କ ନାମ ଧନେଶ୍ବର ରଥ ବୋଲି ଜଣାପଡିଛି। ଉଭୟ ସମ୍ପର୍କରେ ଭାଇ ଭାଇ ବୋଲି ଜଣାପଡିଛି।

ମିଳିିଥିବା ସୂଚନା ଅନୁଯାୟୀ, ବିମାନ ବନ୍ଦର ନିକଟରେ ଥିବା ଘଞ୍ଚ ଜଙ୍ଗଲ ଭିତରକୁ ଦୁଇ ଜଣ ଯୁବକ ଜଣେ ମହିଳାଙ୍କୁ ଡାକିଥିଲେ। ପରେ ସେମାନେ ମହିଳାଙ୍କ ସହ ଦେହ ବ୍ୟବସାୟ କରୁଥିଲେ। ସ୍ଥାନୀୟ ଲୋକେ ଏସବୁ ଦେଖିବା ପରେ ତିନି ଜଣଙ୍କୁ କାବୁ କରିବାକୁ ପ୍ରୟାସ କରିଥିଲେ। ଏହାପରେ ପୋଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଗିରଫ କରିଥିବା ବେଳେ ମହିଳାଙ୍କ ଡାକ୍ତରୀ ମାଇନା ପରୀକ୍ଷା କରିବାକୁ ନିକଟସ୍ଥ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଆମେ ଜଙ୍ଗଲ ଭିତରେ ତିନି ଜଣଙ୍କୁ ଦେଖିଥିଲୁ। ମହିଳା ଜଣଙ୍କ ଚିତ୍କାର କରିଥିଲେ ଏବଂ ଅଶ୍ରାବ୍ୟ ଭାଷା କହୁଥିଲେ। ଏହାପରେ ପାଖକୁ ଯାଇ ଦେଖିଥିଲୁ ଏହା ଦେହ ବ୍ୟବସାୟ ମାମଲା। ପରେ ସ୍ଥାନୀୟ ଲୋକେ ଏକାଠି ହୋଇ ଦୁଇ ଯୁବକଙ୍କୁ ଅଟକ ରଖିଥିଲୁ। ପରେ ପୋଲିସକୁ ଖବର ଦେଇଥିଲୁ।

ପୋଲିସ ଯେଉଁ ଦୁଇ ଯୁବକଙ୍କୁ ଗିରଫ କରିଛି ସେମାନଙ୍କ ମଧ୍ୟରେ ଜଣେ କହିଛି, ସେହି ବ୍ୟକ୍ତି ତାଙ୍କର ସମ୍ପର୍କରେ ମହିଳା। ତାଙ୍କ ଘର ପୁରୀ ଜିଲ୍ଲାର। କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଜଣେ ରୋଗୀ ପଡିଛନ୍ତି।

Leave A Reply

Your email address will not be published.