Latest Odisha News

BREAKING NEWS

ରାଜଧାନୀରେ ଦେହଜୀବୀଙ୍କ ଉତ୍ପାତ, ପିସିଆର୍ ଭ୍ୟାନ ଭଙ୍ଗାରୁଜା

ଭୁବନେଶ୍ୱର: ସଞ୍ଜ ନଇଁଲେ ରାଜଧାନୀରେ ବଢୁଛି ଦେହଜୀବୀଙ୍କ ବେପାର । ରାତି ବଢ଼ିବା ସହ ରାଜଧାନୀର ରାସ୍ତା କଡ଼ରେ ସେମାନଙ୍କ ଆଡ୍ଡା ଜମୁଛି । ସୂଚନା ଅନୁସାରେ ରବିବାର ରାତି ପ୍ରାୟ ୧୧ଟା ବେଳେ ରାଜମହଲ ଛକ ନିକଟରେ କିଛି ଦେହଜୀବୀ ନିଜ ନିଜ ମଧ୍ୟରେ ଝଗଡ଼ା କରୁଥିଲେ । ଖବର ପାଇ ପିସିଆର୍ ଭ୍ୟାନ୍ ସେଠାରେ ପହଞ୍ଚି ସେମାନଙ୍କୁ ଘଉଡ଼ାଇ ଦେଇଥିଲା ।

Sex Workers Vandalised PCR Van In Midnight Bhubaneswar

ତା’ର କିଛି ସମୟ ପରେ ପୁଣି ଥରେ ମାଷ୍ଟର କ୍ୟାଣ୍ଟିନ୍ ‘ମୋ ବସ୍’ ଟର୍ମିନାଲ ସମ୍ମୁଖରେ ଗଣ୍ଡଗୋଳ କରିଥିଲେ ଦେହଜୀବୀ । ସେହି ସମୟରେ ପିସିଆର୍ ଭ୍ୟାନ୍ ପହଞ୍ଚିବାରୁ ଦେହଜୀବୀ ଆକ୍ରମଣ କରିଥିଲେ । ଦେହଜୀବୀଙ୍କ ଆକ୍ରମଣରେ ପିସିଆର୍ ଭ୍ୟାନର ଝରକା କାଚ ଭାଙ୍ଗିଯାଇଛି । ସୌଭାଗ୍ୟବଶତଃ କୌଣସି ପୋଲିସ କର୍ମଚାରୀ ଆହତ ହୋଇନାହାଁନ୍ତି ।

Comments are closed.