Latest Odisha News

BREAKING NEWS

ଏସସିବିରେ ଲଜ୍ଜା: ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ କରିଥିବା ଅଭିଯୋଗ

କଟକ: କଟକସ୍ଥିତ ଏସସିବି ମେଡିକାଲରୁ ମଙ୍ଗଳବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ରୋଗୀଙ୍କୁ ଡାକ୍ତରଙ୍କ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ତେବେ ମେଡିକାଲରେ ଚିକିତ୍ସିତ ୨ ଜଣ ରୋଗୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିଛି।

କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତର ରୋଗୀଙ୍କୁ ଅସଦାଚରଣ କରିଛନ୍ତି। ସୂଚନା ଅନୁସାରେ ଇସିଜି କରିବା ବାହାନାରେ ଡାକ୍ତର ରୋଗୀଙ୍କୁ ଅସଦାଚରଣ କରିଛନ୍ତି। ଡାକ୍ତରଙ୍କ ନାଁରେ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ପୀଡିତାଙ୍କ ବୟାନ ରେକର୍ଡ କରି ତଦନ୍ତ ଜାରି ରଖିଛି । ଏଣେ ଘଟଣାକୁ ନେଇ ଉତ୍ତ୍ୟକ୍ତ ହୋଇ ପୀଡ଼ିତାଙ୍କ ସଂପର୍କୀୟମାନେ  ଅଭିଯୁକ୍ତ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏବେ ଉକ୍ତ ଡାକ୍ତରଙ୍କୁ ଗୁରୁତର ଅବସ୍ଥା‌ରେ ଆଇସିୟୁରେ ଭର୍ତ୍ତି କରାଯାଇଛି।

୧୬୧ ଧାରାରେ ବୟାନ ରେକର୍ଡ କରିଛି ପୋଲିସ । ଏହାପରେ ୧୬୪ ଧାରାରେ ପୀଡିତାଙ୍କ ବୟାନ ରେକର୍ଡ କରାଯିବ । ଡାକ୍ତରଙ୍କ ପରିବାର ଲୋକ ମଧ୍ୟ ପ୍ରତି ଅଭିଯୋଗ କରିଥିବା ଜଣାପଡିଛି । ସୂଚନା ଥାଉକି କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଆଜି କଟକ ବଡ଼ ମେଡିକାଲରେ ଆଉ ଏକ ଦୁଷ୍କର୍ମ ଅଭିଯୋଗ ଖବର ଏବେ ସମସ୍ତଙ୍କୁ ଚକିତ କରିଛି।

Comments are closed.