ବରଗଡ଼: ଶିକ୍ଷା ବିଭାଗରେ ସିଆରସିସି ଭାବେ କାର୍ଯ୍ୟରତ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ମୋଟ୍ ୩ ଜଣଙ୍କୁ ଗିରଫ କରିଛି ବରଗଡ଼ ପୋଲିସ । ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତି ସାହୁ ଓ ସଦର ବ୍ଲକ୍ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ସାହୁ ଏବଂ ସତଲମା ସ୍କୁଲର ଖେଳ ଶିକ୍ଷକ ସମୀର ପାଣିଗ୍ରାହୀ ଗିରଫ ହୋଇଛନ୍ତି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିବ ପୋଲିସ ।
ଖବର ଅନୁଯାୟୀ, ବରଗଡ଼ ପୌରାଞ୍ଚଳରେ ଜଣେ ମହିଳା ସିଆରସିସିଙ୍କୁ ଅସଦାଚରଣ ନେଇ ଅଭିଯୋଗ ହୋଇଥିଲା । ମହିଳା ଶିକ୍ଷୟିତ୍ରୀଙ୍କୁ ଅଶ୍ଳୀଳ ମେସେଜ ସହ ଯୌନ ନିର୍ଯାତନା ଦେଇଥିଲେ । ଏନେଇ ମହିଳା ଜଣଙ୍କ ବରଗଡ଼ ଟାଉନ ଥାନାରେ ଅଭିଯୋଗ କରିଥିଲେ ।
ମହିଳାଙ୍କ ଏଫଆଇଆର୍ ଆଧାରରେ ପୋଲିସ ବୁଧବାର ଅପରାହ୍ନରେ ୨ ଶିକ୍ଷା ଅଧିକାରୀଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା । ଦୀର୍ଘ ସମୟ ଧରି ଜେରା କରିବା ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ।