ୟୁପି: ପୁଣି ଅଡ଼ୁଆରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦ । ଯୌନ ଶୋଷଣ ମାମଲାରେ ଚିନ୍ମୟାନନ୍ଦଙ୍କୁ ମିଳିଥିବା ଜାମିନ ବିରୋଧରେ ସୁପ୍ରମିକୋର୍ଟର ଦ୍ୱାରସ୍ତ ହେଲେ ପୀଡ଼ିତା । ଚିନ୍ମୟାନନ୍ଦଙ୍କ ଯୋଗୁଁ ତାଙ୍କ ଜୀବନ ପ୍ରତି ବିପଦ ଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ଏନେଇ ସେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ସୋମବାର ଏହି ମାମଲାର ଶୁଣାଣି ହେବ ।
ଯୌନ ଶୋଷଣ ମାମଲାରେ ଗିରଫ ହୋଇଥିବା ଚିନ୍ମୟାନନ୍ଦଙ୍କୁ ଫେବୃୟାରୀ ୩ ରେ ଆଲ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ଜଷ୍ଟିସ ରାହୁଲ ଚର୍ତୁବେଦୀ ଏହି ମାମଲାର ଶୁଣାଣି କରି ଚିନ୍ମୟାନନ୍ଦଙ୍କୁ ଜାମିନ ଦେଇଥିଲେ । ସେପଟେ ଏହି ମାମଲାରେ ପୀଡ଼ିତା ଛାତ୍ରୀ ଏବଂ ତାଙ୍କ ସାଥୀଙ୍କୁ ପୂର୍ବରୁ ହାଇକୋର୍ଟ ଜାମିନ ମଂଜୁର କରିସାରିଛନ୍ତି । ଯୌନ ଶୋଷଣ ମାମଲାରେ ଚିନ୍ମୟନନ୍ଦ ଗତବର୍ଷ ସେପ୍ଟେମ୍ବର ୨୦ ତାରିଖରୁ ଜେଲରେ ଥିଲେ । ଏସଏସ୍ ଲ’ କଲେଜର ଜଣେ ଛାତ୍ରୀ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ।
BREAKING NEWS
- ISRO ଉତ୍କ୍ଷେପଣ କଲା PSLV-C62 ରକେଟ୍ ‘ଅନ୍ୱେଷା’
- Rourkela Plane Crash: ବିମାନ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ କଲେ ପରିବହନ ମନ୍ତ୍ରୀ, କହିଲେ ଭଗବାନ ଆମକୁ ରକ୍ଷା କରିଦେଲେ…
- ନିଜକୁ ‘ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି’ କହିଲେ ଡୋନାଲ୍ଡ ଟ୍ରମ୍ପ, ନିଜ ପୋଷ୍ଟରେ କଲେ ଦାବି…
- Weather Update: ୧୩ ଓ ୧୪ରେ ତଳମୁହାଁ ହେବ ପାରଦ, ଓଡ଼ିଶାକୁ ପୁଣି ଥରାଇବ ଶୀତ
- Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
Comments are closed.