Latest Odisha News

ମେଡିକାଲ ଅଫିସରଙ୍କ ବିରୋଧରେ ଆଶା କର୍ମୀଙ୍କ ଯୌନ ନିର୍ଯାତନା ଅଭିଯୋଗ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାରେ ଜଣେ ମେଡିକାଲ ଅଫିସର ଆଶା କର୍ମୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ କେଗାଁ ଥାନାରେ ସମ୍ପୃକ୍ତ ମେଡିକାଲ ଅଫିସରଙ୍କ ନାମରେ ମାମଲା ରୁଜୁ ହୋଇଛି।

ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ବୋର୍ଡ଼ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର  ଅମ୍ଳାନ କେଶରୀ ନାୟକଙ୍କ ନାମରେ ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି।

ଆଶା କର୍ମୀ ଜଣକ ସ୍ଥାନୀୟ କେଗାଁ ଥାନାରେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଆଇପିସି ଧାରା ୩୫୪ ଓ ୫୦୯ ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

ଆଶା କର୍ମୀଙ୍କ ଅଭିଯୋଗ ଅନୁଯାୟୀ ସମ୍ପୃକ୍ତ ମେଡିକାଲ ଅଫିସର  ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ।

ସେପଟେ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅମ୍ଳାନ ଙ୍କ ବିରୋଧରେ ଏତଲା ଫେରାଇ ନେବାପାଇଁ ଅନୁରୋଧ କରୁଥିବା ଆଶା କର୍ମୀ କହିଛନ୍ତି ।

Comments are closed.