Latest Odisha News

ମନସୁନରେ ବୁଲି ଯାଆନ୍ତୁ ‘ମାଉଣ୍ଟ ଆବୁ’

ଭୁବନେଶ୍ୱର: ମନସୁନରେ ବୁଲିଯିବାର ପ୍ଲାନ୍ କରୁଛନ୍ତି କି ? ଯଦି ହଁ, ତା’ ହେଲେ ଆଉ ଡେରି ନ କରି ଯାଅନ୍ତୁ ‘ମାଉଣ୍ଟ ଆବୁ’ । ବର୍ଷା ଦିନେ ହିଲ୍ ଷ୍ଟେଶନ ବୁଲିଯିବାର ମଜା ହିଁ କିଛି ଖାସ୍ ହୋଇଥାଏ। ପାହାଡ଼ ଉପରୁ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦେଖିଲେ, ଏହା ଏକ ନିଆରା ଅନୁଭବ ପ୍ରଦାନ କରିଥାଏ।

ରାଜସ୍ଥାନର ଏକମାତ୍ର ହିଲ୍ ଷ୍ଟେଶନ ‘ମାଉଣ୍ଟ ଆବୁ’ । ୱିକେଣ୍ଡ ବୁଲିବା ପାଇଁ ଆକର୍ଷଣୀୟ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନ ଏକଦମ ପରଫେକ୍ଟ ରହିବ। ଏଠାରେ ବୁଲିବାକୁ ଗୋଟିଏରୁ ବଳି ଗୋଟିଏ ସୁନ୍ଦର ସୁନ୍ଦର ଜାଗା ରହିଛି।

ଏହି ହିଲ ଷ୍ଟେଶନ ରାଜସ୍ଥାନର ସିରୋହୀ ଜିଲାରେ ଅବସ୍ଥିତ, ଯାହାକୁ ଦେଖିବାକୁ ଦୁନିଆ ଯାକର ଲୋକ ଆସିଥାଆନ୍ତି। ବିଶେଷକରି ବର୍ଷା ଦିନେ ଏଠାକାର ପ୍ରାକୃତିକ ସୁନ୍ଦରତା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ।

ହ୍ରଦ

ମାଉଣ୍ଟ ଆବୁ ମଝିରେ ଥିବା ଛୋଟିଆ ହ୍ରଦ ଅରାବଳି ପର୍ବତକୁ ଘେରି ରହିଛି। ଏହି ଜାଗାର ସୌନ୍ଦର୍ଯ୍ୟ ନିଜେ ଗଲେ ହିଁ ଆପଣ ଅନୁଭବ କରିପାରିବେ।

ଟୋଡ୍ ରକ୍

ହ୍ରଦ ପାଖରେ ହିଁ ଟୋଡ୍ ରକ୍ ଅଛି। ଏହି ପାହାଡ଼ର ଆକାର ବେଙ୍ଗ ଭଳି ଦେଖାଯାଇଥାଏ। ଏଥିପାଇଁ ଏହାର ଏପରି ନାମକରଣ କରାଯାଇଛି। ଏଠାରୁ ହ୍ରଦ ଏବଂ ଅରାବଳି ପର୍ବତ ବହୁତ ସୁନ୍ଦର ଭାବେ ଦେଖାଯାଏ । ଏଠାରେ ପହଞ୍ଚିବା ପାଇଁ ସାମାନ୍ୟ ଚଢ଼ି ଉପରକୁ ଉଠିବାକୁ ପଡ଼େ। ଆଡ଼ଭେଂଚର ପସନ୍ଦ କରୁଥିବା ଲୋକଙ୍କୁ ଏହା ଟ୍ରେକିଂର ମଜା ଦେଇଥାଏ ।

ଦେବୱାଡା ଜୈନ ମନ୍ଦିର

ଧର୍ମ ଏବଂ ସ୍ଥାପତ୍ୟ କଳା ପାଇଁ ପ୍ରସିଦ୍ଧ ଦେବୱାଡା ଜୈନ। ଏହି ମନ୍ଦିରଠାରୁ ଆଉ ସୁନ୍ଦର ଜାଗା କେଉଁଠି ନାହିଁ। ଏଠାରେ ଥିବା ୫ ଜୈନ ମନ୍ଦିର ୫ଜଣ ଜୈନ ତୀର୍ଥକରଙ୍କୁ ବିଭିନ୍ନ ସମୟରେ ସମର୍ପିତ କରାଯାଇଛି। ମନ୍ଦିରରେ ମାର୍ବଲ ଖଚିତ କାରୁକାର୍ଯ୍ୟ ବେଶ୍ ଆଶ୍ଚର୍ଯ୍ୟଜନକ।

 

କେମିତି ଯିବେ

ଆକାଶ ମାର୍ଗ- ଆପଣ ଏଠାକୁ ୩ ଟି ମାର୍ଗ ଦେଇ ଆସିପାରିବେ। ମାଉଣ୍ଟ ଆବୁ ପହଞ୍ଚିବା ପାଇଁ ଉଦୟପୁର ବିମାନବନ୍ଦର ସବୁଠାରୁ ପାଖ ହେବ। ଯଦି ଚାହିଁବେ ଏଠାରୁ ମାଉଣ୍ଟ ଆବୁ ପର୍ଯ୍ୟନ୍ତ ଟାକ୍ସି କରିପାରିବେ ।

ରେଳ ଯାତ୍ରା- ମାଉଣ୍ଟ ଆବୁ ଷ୍ଟେଶନ ମୁଖ୍ୟ ସହରଠାରୁ ମାତ୍ର ୨୮ କିଲୋମିଟର ଦୂରରେ ଅଛି। ଆଉ ଏଠାରୁ ଆପଣଙ୍କୁ ବସ୍ କିମ୍ବା ଟାକ୍ସି ମିଳିଯିବ।

ସଡ଼କ ଯାତ୍ରା

ମାଉଣ୍ଟ ଆବୁ ସବୁ ବଡ଼ ସହରର ସଡ଼କକୁ ସଡ଼କ ପଥରେ ଯୋଡ଼ି ରଖିଥାଏ।। ଆପଣଙ୍କୁ ଜୟପୁର, ଉଦୟପୁର, ଦିଲ୍ଲୀ ଏବଂ ଜୈସଲମେରରୁ ଏଠାକୁ ସହଜରେ ସିଧା ବସ୍ ମିଳିଯିବ।

Leave A Reply

Your email address will not be published.