ଭୁବନେଶ୍ୱର: ଜଣେ ଛାତ୍ରୀଙ୍କ ପ୍ରତି ଅସଦାଚରଣ ଅଭିଯୋଗରେ ଜଣେ ଘରୋଇ ସ୍କୁଲ ଶିକ୍ଷକଙ୍କୁ ଲିଙ୍ଗରାଜ ଥାନା ପୋଲିସ ଅଟକ ରଖିଛି ।
ମିଳିଥିବା ସୂଚନାନୁଯାୟୀ, ଭୁବନେଶ୍ୱରସ୍ଥିତ ଏକ ଅଗ୍ରଣୀ ସ୍କୁଲରେ ଜଣେ ଶିକ୍ଷକ ଏକ ଛାତ୍ରୀଙ୍କ ପ୍ରତି ଗତ ୪ ମାସ ହେଲା ଅସଦାଚରଣ କରିଆସୁଥିଲେ । ଏପରି ଲଗାତର ଯୌନ ନିର୍ଯାତନା ଯୋଗୁଁ ଛାତ୍ରୀ ଜଣକ ଅତିଷ୍ଠ ହୋଇପଡ଼ିଥିଲେ । ପୀଡ଼ିତା ଛାତ୍ରୀଜଣକଙ୍କ ପିତାମାତା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏସମ୍ପର୍କରେ ଜଣା ପଡ଼ିଥିଲା । ଅଭିଯୋଗ ଅନୁଯାୟୀ ୪ ମାସ ହେଲା ଏହି ଶିକ୍ଷକ ଜଣକ ଛାତ୍ରୀଙ୍କୁ ଶାରିରୀକ ଏବଂ ମାନସିକ ଯୌନ ନିର୍ଯାତନା ଦେଇ ଆସୁଥିଲେ ।
କିଛିଦିନ ପୂର୍ବରୁ ଘରେ ଏନେଇ କାନ୍ଦୁଥିବା ବେଳେ ଛାତ୍ରୀଙ୍କ ମାତାପିତା ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏପରିକି ଘରେ କିମ୍ବା ବାହାରେ ଏସମ୍ପର୍କରେ କହିଲେ ପରିବାରକୁ ନିଃଶେଷ କରିଦେବାକୁ ଅଭିଯୁକ୍ତ ଶିକ୍ଷକ ଜଣକ ଧମକ ଦେଇଥିବାର ଥାନାରେ ଅଭିଯୋଗ ହୋଇଛି ।
ପୀଡ଼ିତାଙ୍କ ପରିବାର ପକ୍ଷରୁ ଏନେଇ ସ୍କୁଲର ପ୍ରିନସିପାଲଙ୍କୁ ଅବଗତ କରିବା ପରେ ଲମ୍ପଟ ଶିକ୍ଷକ ଜଣକ ଏହି ଘଟଣାକୁ ଚାପିଦେବାକୁ ୧୦, ୦୦୦ ଟଙ୍କାର ଉତ୍କୋଚ ପ୍ରିନସପାଲଙ୍କୁ ଯାଚିଥିଲେ ବୋଲି ଅଭିଯୋଗ ହୋଇଛି ।
Comments are closed.