Latest Odisha News

BREAKING NEWS

ଧରାପଡିଲା ଅତିଥି ଚୋର, ସୁନା, ରୁପା ସହ ୪ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର: ଖଣ୍ଡଗିରି ଥାନା ପୁଲିସ ହାତରେ ଅତିଥି ଚୋର । ବିବାହ ଭୋଜିକୁ ଅତିଥି ବେଶରେ ଆସି ଲୁଟ କରୁଥିବା ଚୋରକୁ କାବୁ କରିଛି ଖଣ୍ଡଗିରି ଥାନା ପୁଲିସ । ଅଭିଯୁକ୍ତ ସେକ୍ ଅବଦୁଲ ଲତିର ଓରଫ ନନ୍ଦୀ ପାଖାପାଖି ୩ ଟି ରିସେପ୍‌ସନ ପାର୍ଟିରୁ ଲକ୍ଷାଧିକ ଟଙ୍କା ଚୁନା ଲଗାଇ ଫେରାର ହୋଇଯାଇଥିଲା । ଶେଷରେ ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି ।
ସୂଚନା ମୁତାବକ, ବିବାହ ମଣ୍ଡପରୁ ୪ ଲକ୍ଷ ଟଙ୍କାର ଗିଫ୍ଟ ଚୋରି ନେଇ ୨୦୧୯ ମସିହାରେ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଖୋଲତାଡ ଆରମ୍ଭ କରିଥିଲା । ଏହା ପରେ ଗାଡି ସର୍ଭିସିଂ ସେଂଟରୁ ଆଜି ତାକୁ ପୋଲିସ ଧରିଛି । ତା ନିକଟରୁ ୪ ଲକ୍ଷ ଟଙ୍କା, ସୁନା, ରୂପା ଓ ଦୁଇଟି ବାଇକକୁ ଜବତ କରିଛି । ସେକ୍ ଅବଦୁଲ ସହ ଆଉ କେତେ ଜଣ ଗ୍ୟାଙ୍ଗର ଏଥିରେ ଲିଙ୍କ ରହିଛି ସେନେଇ ତାକୁ ପଚରାଉଚରା ଜାରି ରଖିଛି ପୋଲିସ ।

Leave A Reply

Your email address will not be published.