ଭୁବନେଶ୍ୱର: ଖଣ୍ଡଗିରି ଥାନା ପୁଲିସ ହାତରେ ଅତିଥି ଚୋର । ବିବାହ ଭୋଜିକୁ ଅତିଥି ବେଶରେ ଆସି ଲୁଟ କରୁଥିବା ଚୋରକୁ କାବୁ କରିଛି ଖଣ୍ଡଗିରି ଥାନା ପୁଲିସ । ଅଭିଯୁକ୍ତ ସେକ୍ ଅବଦୁଲ ଲତିର ଓରଫ ନନ୍ଦୀ ପାଖାପାଖି ୩ ଟି ରିସେପ୍ସନ ପାର୍ଟିରୁ ଲକ୍ଷାଧିକ ଟଙ୍କା ଚୁନା ଲଗାଇ ଫେରାର ହୋଇଯାଇଥିଲା । ଶେଷରେ ପୁଲିସ ତାକୁ ଗିରଫ କରିବାରେ ସଫଳ ହୋଇଛି ।
ସୂଚନା ମୁତାବକ, ବିବାହ ମଣ୍ଡପରୁ ୪ ଲକ୍ଷ ଟଙ୍କାର ଗିଫ୍ଟ ଚୋରି ନେଇ ୨୦୧୯ ମସିହାରେ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା । ସିସିଟିଭି ଫୁଟେଜ ଆଧାରରେ ପୋଲିସ ଖୋଲତାଡ ଆରମ୍ଭ କରିଥିଲା । ଏହା ପରେ ଗାଡି ସର୍ଭିସିଂ ସେଂଟରୁ ଆଜି ତାକୁ ପୋଲିସ ଧରିଛି । ତା ନିକଟରୁ ୪ ଲକ୍ଷ ଟଙ୍କା, ସୁନା, ରୂପା ଓ ଦୁଇଟି ବାଇକକୁ ଜବତ କରିଛି । ସେକ୍ ଅବଦୁଲ ସହ ଆଉ କେତେ ଜଣ ଗ୍ୟାଙ୍ଗର ଏଥିରେ ଲିଙ୍କ ରହିଛି ସେନେଇ ତାକୁ ପଚରାଉଚରା ଜାରି ରଖିଛି ପୋଲିସ ।
BREAKING NEWS
- ଗଛ ତଳେ ଚା’ ପିଇବା ହେଲା କାଳ;ଚାଲିଗଲା ବୃଦ୍ଧଙ୍କ ଜୀବନ
- ପାକିସ୍ତାନକୁ PoK ନେତାଙ୍କ ଖୋଲା ଚେତାବନୀ: ‘ସ୍ୱାଧୀନତା’ ପାଇଁ ଦେଲେ ଡେଡଲାଇନ୍, ଉଡ଼ିଲା ଶାହବାଜ ଓ ଆସିମ୍ ମୁନିରଙ୍କ ହୋସ୍!
- ପକେଟ୍ ଉପରେ ପୁଣି ମହଙ୍ଗା ମାଡ଼! ୧୭ ମାସ ପରେ ଡରାଇଲାଣି ଦରଦାମ, ବଢ଼ିଲା ଆରବିଆଇର ଟେନସନ୍…
- Puri Rath Yatra:ରଥଯାତ୍ରାରେ ସ୍ଵାସ୍ଥ୍ୟସେବା ଯୋଗାଇବେ ୨୩୦ ଡାକ୍ତର;ବଡଦାଣ୍ଡରେ ହେବ ୮ ଅସ୍ଥାୟୀ ଡାକ୍ତରଖାନା
- କୋଚିଂ ସେଣ୍ଟର ବିବାଦ ମାମଲା; ଖାନ୍ ସାରଙ୍କୁ ଆଶ୍ବସ୍ତି, ଆଗୁଆ ଜାମିନ ମଞ୍ଜୁର କଲେ କୋର୍ଟ
- E20 ପେଟ୍ରୋଲକୁ ନେଇ କାହିଁକି ଉଠୁଛି ଝଡ଼? ଜାଣନ୍ତୁ ଇଥାନଲ୍ ବ୍ଲେଣ୍ଡିଂର ପୂରା କାହାଣୀ ଏବଂ ଥାଇଲାଣ୍ଡରୁ ମିଳୁଥିବା ଶିକ୍ଷା…
- କେନ୍ଦୁପତ୍ର ତୋଳାଳୀମାନଙ୍କ ପାଇଁ ୨୫ ପ୍ରତିଶତ ବୋନସ, ଖର୍ଚ୍ଚ ହେବ ୭୪.୭୮ କୋଟି
- ବେଆଇନ ଲିଙ୍ଗ ନିରୂପଣ ଓ ବେଆଇନ ଗର୍ଭପାତ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ
- ରାଜ୍ୟ ସରକାରଙ୍କର ୨ ବର୍ଷର ବିଫଳ ଶାସନ ବିରୁଦ୍ଧରେ ଓଡ଼ିଶା ଯୁବ ଜନତା କଂଗ୍ରେସର ବିକ୍ଷୋଭ
- ଡ୍ରାଭିଡ ହୋଇପାରନ୍ତି ଇଂଲଣ୍ଡ ଟେଷ୍ଟ ଟିମର କୋଚ
Comments are closed.