Latest Odisha News

ନୂଆବର୍ଷରେ ରାଜ୍ୟପାଳଙ୍କ ୩୦ ଫୁଟର କୁଶପୁତ୍ତଳିକା ଦାହ କରି ଏସଏଫଆଇର ପ୍ରତିବାଦ

ଥିରୁଅନନ୍ତପୁରମ: କେରଳର ଷ୍ଟୁ଼େଣ୍ଟ ଫେଡେରେଶନ ଅଫ୍ ଇଣ୍ଡିଆ (ଏସ୍ ଏଫ୍ ଆଇ) ନୂଆବର୍ଷ ଅବସରରେ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାଁଙ୍କୁ ବିରୋଧ କରିଛନ୍ତି। ତାଙ୍କର ୩୦ ଫୁଟ ଉଚ୍ଚର କୁଶପୁତଳିକା ଜାଳି ପ୍ରତିବାଦକୁ ତୀବ୍ର କରିଛି ଏସଏଫଆଇ।

ଶାସକ ସିପିଆଇ(ଏମ)ର ଛାତ୍ର ଶାଖା ଏସଏଫଆଇର କ୍ରମାଗତ ବିରୋଧ ମଧ୍ୟରେ ପିନାରାୟୀ ବିଜୟନଙ୍କ ନେତୃତ୍ୱାଧୀନ କେରଳ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଆହୁରି ବଢିଯାଇଛି ।

କନ୍ନୁର ଜିଲ୍ଲାର ପାୟାମ୍ବାଲମ୍ ବେଳାଭୂମିରେ ଏସଏଫଆଇ କର୍ମୀମାନେ ନୂଆବର୍ଷ ଅବସରରେ ଏକତ୍ରିତ ହୋଇଥିଲେ। ଯେଉଁଠାରେ ସେମାନେ ରାଜ୍ୟପାଳଙ୍କ ୩୦ ଫୁଟ ଉଚ୍ଚ କୁଶପୁତ୍ତଳିକା ସ୍ଥାପନ କରିଥିଲେ। ଫୋର୍ଟ କୋଚିରେ ନୂଆବର୍ଷ ଅବସରରେ ସାନ୍ତା କ୍ଲଜ୍ ପୁତଳିକା ପୋଡ଼ିବାର ପାରମ୍ପରିକ ସ୍ମୃତିଚାରଣକୁ ମନେ ପକାଇ ପ୍ରତିବାଦ ସ୍ୱରୂପ ଏପରି କରାଯାଇଥିବା ଜଣାପଡ଼ିଛି।

ଏସଏଫଆଇ ରାଜ୍ୟ ସଭାପତି ଅନୁଶ୍ରୀଙ୍କ ନେତୃତ୍ୱରେ ନୂଆବର୍ଷ ପାଳନ ସମୟରେ ସମୁଦ୍ର କୂଳରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଜ୍ୟପାଳଙ୍କ ବିରୋଧରେ ସେମାନେ ନାରାବାଜି କରିଥିଲେ।

ରାଜ୍ୟପାଳ ଅରିଫ୍ ଖାନ୍ ସଂଘ ପରିବାର ସହ ଜଡ଼ିତ ସଦସ୍ୟମାନଙ୍କୁ ବିଶ୍ୱବିଦ୍ୟାଳୟ ସିନେଟ୍ ରେ ମନୋନୀତ କରି ବିଶ୍ୱବିଦ୍ୟାଳୟଗୁଡ଼ିକୁ ବିଭାଜନ କରୁଥିବା ଅଭିଯୋଗ କରି ଏସ୍ ଏଫ୍ ଆଇ ଏହାର ପ୍ରତିବାଦ କରୁଛି ବୋଲି ଜଣାପଡ଼ିଛି।

Comments are closed.