Latest Odisha News

BREAKING NEWS

ଲୁଧିଆନା କୋର୍ଟ ବିସ୍ଫୋରଣ: ଜର୍ମାନୀରୁ ଗିରଫ ହେଲା ଏସଜେଏଫ ଆତଙ୍କୀ ଯଶବିନ୍ଦର

ନୂଆଦିଲ୍ଲୀ: ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାରେ ଆଜି ପୋଲିସକୁ ବଡ ସଫଳତା ମିଳିଛି । ଏହାର ମାଷ୍ଟରମାଇଣ୍ଡ ଭାବେ ବିବେଚନା କରାଯାଉଥିବା ଯଶବିନ୍ଦର ସିଂ ମୁଲତାନୀଙ୍କୁ ପୋଲିସ ଜର୍ମାନୀରେ ଗିରଫ କରି ପଚରାଉଚରା କରୁଛି । ଶିଖ ଫର ଜଷ୍ଟିସ (ଏସଜେଏଫ)ର ସକ୍ରିୟ ସଦସ୍ୟ ତଥା ଆତଙ୍କୀ ଯଶବିନ୍ଦର ଆଇଏସଆଇର ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି ।

ଏସଜେଏଫର ମୁଖ୍ୟ ଗୁରୁପନ୍ତବନ୍ତ ସିଂ ପନ୍ନୁଙ୍କ ସେ ସମ୍ପର୍କୀୟ ବୋଲି ଜଣାପଡିଛି । ପୂର୍ବରୁ କୃଷକ ନେତା ବଲଭିର ସିଂଙ୍କୁ ସେ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲେ । ସୂଚନାଯୋଗ୍ୟ, ଡିସେମ୍ବର ୨୩ରେ ଲୁଧିଆନା କୋର୍ଟ ପରିସରରେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ଜଣେ ମୃତ ଏବଂ ୬ଜଣ ଆହତ ହୋଇଥିଲେ ।

Leave A Reply

Your email address will not be published.