Latest Odisha News

BREAKING NEWS

ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ, ଡ୍ରାଇଭର ଆହତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ନୂଆଗାଁ ଛକରେ ଭାରସାମ୍ୟ ହରାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ । ଏଥିରେ ଡ୍ରାଇଭର ଆହତ ହୋଇଛନ୍ତି । ରୋଗୀଙ୍କୁ ଫୁଲବାଣୀ ସଦର ମହକୁମା ଡ଼ାକ୍ତରଖାନାରେ ଛାଡ଼ି କ.ନୂଆଗାଁ ମେଡ଼ିକାଲକୁ ଫେରୁଥିଲାବେଳେ ଏହି ଦୁର୍ଘଟଣା ଘଟିଥିଲା ।

ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଅନ୍ୟ ଦୁଇଜଣ କର୍ମଚାରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ସାରଙ୍ଗଗଡ଼ ପୋଲିସ ପହଞ୍ଚି ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣାବେଳେ ଆମ୍ବୁଲାନ୍ସରେ କେହି ରୋଗୀ ନଥିଲେ ।

Leave A Reply

Your email address will not be published.