Latest Odisha News

BREAKING NEWS

‘ଦ କେରଲା ଷ୍ଟୋରି’ର ବିରୋଧକାରୀଙ୍କୁ ଜବାବ ଦେଲେ ଶବନା ଆଜ୍‌ମୀ

ମୁମ୍ବାଇ: ମୁମ୍ବାଇ : ବଲିଉଡ ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ବିରୋଧ କରିବା ଥମୁନି । ଫିଲ୍ମଟି ଅନେକ ରାଜ୍ୟରେ ଭଲ ସମର୍ଥନ ପାଇଥିବା ବେଳେ ତାମିଲନାଡୁରେ କିନ୍ତୁ ଫିଲ୍ମକୁ ଘୋର ବିରୋଧ କରାଯାଉଛି । ତାମିଲନାଡୁରେ ଏହାର ସ୍କ୍ରିନିଂକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି । ଏହି ଫିଲ୍ମ ବିରୋଧକୁ ନେଇ କଡ଼ା ଜବାବ ଦେଇଛନ୍ତି ଅଭିନେତ୍ରୀ ଶବନା ଆଜମୀ ।

ଫିଲ୍ମଟିର ଟ୍ରେଲର ରିଲିଜ ହେବା ପରଠାରୁ ହିଁ ବିରୋଧ ଆରମ୍ଭ ହୋଇଛି । ବିରୋଧସତ୍ତ୍ୱେ ଫିଲ୍ମଟି ଗତ ୫ ତାରିଖରେ ରିଲିଜ୍ ହୋଇଥିଲା । ଏଥିରେ ଆତଙ୍କବାଦର କାହାଣୀ ଦର୍ଶାଯାଇଛି, ଯାହା କେରଳରେ ଘଟିଥିବା ସତ ଘଟଣା ଉପରେ ଆଧାରିତ । ଏହି ଫିଲ୍ମ ବ୍ୟାନ୍ କରାଯିବ ନାହିଁ ବୋଲି କୋର୍ଟ ବି ନିର୍ଦ୍ଦେଶ ଦେଇଛନ୍ତି । କିଛି ଲୋକ ଏହାକୁ ସମର୍ଥନ କରୁଥିବାବେଳେ ଆଉ କିଛି ଲୋକ ବିରୋଧ କରୁଛନ୍ତି ।

ଏନେଇ ଅଭିନେତ୍ରୀ ଶବନା ଆଜମୀ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ଫିଲ୍ମ ଦେଖିଥିବା ଅଧିକାଂଶ ବଲିଉଡ ଅଭିନେତା ଅଭିନେତ୍ରୀ ଏହାର ସପକ୍ଷରେ ଅଛନ୍ତି । ଯେଉଁମାନେ କେରଳ କାହାଣୀକୁ ବ୍ୟାନ୍ କରିବା କଥା କହୁଛନ୍ତି, ସେମାନେ ଆମୀର ଖାନଙ୍କ ଲାଲ ସିଂ ଚଡ୍ଡାଙ୍କୁ ବ୍ୟାନ୍ କରିବାକୁ ଚାହୁଁଥିଲେ । ଥରେ ଏକ ଫିଲ୍ମ ସେନ୍ସର ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ ପାଇବା ପରେ, ଏହାକୁ ବ୍ୟାନ୍ କରିବାରେ ଆଉ କାହାର ଭୂମିକା ନାହିଁ । ଏଥିସହିତ କୋର୍ଟ ବି ଏହି ଫିଲ୍ମ ବ୍ୟାନ କରାଯିବ ନାହିଁ ବୋଲି କହିଛନ୍ତି ।

ଏହି ଫିଲ୍ମ ବକ୍ସ ଅଫିସରେ ଏପର୍ଯ୍ୟନ୍ତ ଭଲ ବ୍ୟବସାୟ କରୁଛି । ଏତେ ବିରୋଧ ସତ୍ତ୍ୱେ ବର୍ତ୍ତମାନ ପର୍ଯ୍ୟନ୍ତ ୩୫ କୋଟିରୁ ଅଧିକ ରୋଜଗାର କରିସାରିଲାଣି ଏହି ଫିଲ୍ମ ।

Comments are closed.