Latest Odisha News

BREAKING NEWS

ତାମିଲନାଡୁ ପରେ ପଶ୍ଚିମବଙ୍ଗରେ ବ୍ୟାନ୍ ହେଲା ‘ଦି କେରଳ ଷ୍ଟୋରୀ’ ଫିଲ୍ମ

କୋଲକାତା: ତାମିଲନାଡୁ ପରେ ପଶ୍ଚିମବଙ୍ଗରେ ବ୍ୟାନ୍ ହେଲା ଫିଲ୍ମ ଦ କରେଳ ଷ୍ଟୋରୀ। ଫିଲ୍ମ ରିଲିଜ୍ ହେବା ଦିନ ଠାରୁ ବିରୋଧ ଜାରି ରହିଛି। ପ୍ରଥମେ ତାମିଲାଡୁ ସରକାର ଏହାର ସ୍କ୍ରିନିଂ ବନ୍ଦ କରିବା ପରେ ପଶ୍ଚିମବଙ୍ଗ ସରକାର ଏହାକୁ ବ୍ୟାନ୍ କରିଛନ୍ତି।

ଫିଲ୍ମ ବ୍ୟାନ୍ କରିବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଘୋଷଣା କରିଛନ୍ତି। ଏହା ପୂର୍ବର ମମତା ରାଜ୍ୟ ସଚିବାଳୟରେ ବୈଠକ ବେଳେ କହିଥିଲେ ଯେ କାଶ୍ମୀର ଫାଇଲ ଭଳି ବିଜେପି ବେଙ୍ଗଲରେ ଏକ ଫିଲ୍ମକୁ ପାଣ୍ଠି ଯୋଗାଉଛି। ତେଣୁ ରାଜ୍ୟରେ ‘ଦି କାଶ୍ମୀର ଫାଇଲ’ ଫିଲ୍ମ ସ୍କ୍ରିନିଂକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପଶ୍ଚିମବଙ୍ଗରେ ଶାନ୍ତି କାଏମ ରଖିବା ଓ ରାଜ୍ୟରେ ଘୃଣା ଅପରାଧ ଓ ହିଂସାକୁ ରୋକିବାକୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମମତା କହିଛନ୍ତି। ଏହା ପୂର୍ବରୁ ରବିବାର ତାମିଲନାଡୁ ସରକାର ମଧ୍ୟ ଫିଲ୍ମର ସ୍କ୍ରିନିଂ ବନ୍ଦ କରିଦେଇଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି କାଏମ ରଖିବାକୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ତାମିଲନାଡୁ ସରକାର କହିଥିଲେ।

କେରଳରେ ହିନ୍ଦୁ ଓ ଖ୍ରୀଷ୍ଟିଆନ ଯୁବତୀଙ୍କୁ ଜାଲରେ ଫସାଇ ସେମାନଙ୍କର ଧର୍ମ ପରିବର୍ତ୍ତନ କରିବା ସହ ସେମାନଙ୍କୁ ଆତଙ୍କବାଦ ସଂଗଠନ ଆଇଏସ୍ଏସ୍ଆଇରେ ଭର୍ତ୍ତି କରିବାକୁ ଆଫଗାନିସ୍ତାନ, ୟେମେନ ଓ ସିରିଆକୁ ପଠାଯାଉଥିଲା। ପାଖପାଖଇ ୩୨ ହଜାର ଯୁବତୀଙ୍କୁ ଏଭଳି ଫସାଯାଇଛି ବୋଲି ଫିଲ୍ମରେ କାହାଣୀର ପୃଷ୍ଠ ଭୂମି ରହିଛି। ହେଲେ ଅନେକ ଏହାକୁ ମିଥ୍ୟ ବୋଲି କହି ବିରୋଧ କରୁଛନ୍ତି।

ସେହିପରି ବିଜେପି ଶାସିତ ରାଜ୍ୟ ମଧ୍ୟ ପ୍ରଦେଶରେ ଫିଲ୍ମକୁ ଟାକ୍ସ ଫ୍ରି କରାଯାଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଚୌହ୍ୱାନ ଟାକ୍ସ ଛାଡ଼ି କରିବା ନେଇ ଘୋଷଣା କରିଛନ୍ତି। ଉତ୍ତର ପ୍ରଦେଶରେ ମଧ୍ୟ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇ ପାରେ ବୋଲି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି।

Leave A Reply

Your email address will not be published.