Latest Odisha News

BREAKING NEWS

ମଦ ଅର୍ଡର କରି ଅନଲାଇନ ଠକେଇର ଶିକାର ହେଲେ ଶବାନା ଆଜମୀ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ଶବାନା ଆଜମୀ ଅନଲାଇନରେ ମଦ ଅର୍ଡର କରି ଠକାମୀର ଶିକାର ହୋଇଛନ୍ତି। ତେବେ କେତେ ଟଙ୍କା ହରାଇଛନ୍ତି ସେ ସମ୍ପର୍କରେ ସେ କିଛି ସୂଚନା ଦେଇନାହାନ୍ତି। ସେ କରିଥିବା ଟ୍ଵିଟ୍ ଅନୁସାରେ ମଦ ପାଇଁ ଅର୍ଡର କରିଥିଲେ। ଏଥିପାଇଁ ଅଗ୍ରୀମ ପେମେଣ୍ଟ ମଧ୍ୟ କରିଥିଲେ। ହେଲେ ପେମେଣ୍ଟ କରିବାର କିଛି ସମୟରେ ପରେ ସମ୍ପୃକ୍ତ ନମ୍ବରରେ କେହି ଫୋନ୍ ଉଠାଇ ନ ଥିଲେ। ସେତେବେଳେ ଯାଇ ଶବାନା ଜାଣିଥିଲେ ଯେ ଠକାମୀର ଶିକାର ହୋଇଛନ୍ତି।

ଶବାନା ଟ୍ଵିଟରେ ଏ ସମ୍ପର୍କରେ ଉଲ୍ଲେଖ କରିବା ପରେ ଶତାଧିକ ଫଲୋଅର ତାଙ୍କୁ ଉପଦେଶ ଦେଇଛନ୍ତି। ଗୁଗଲରେ ଦେଖାଉଥିବା ସବୁ ନମ୍ବର ଠିକ୍ ନୁହେଁ ବରଂ ସେଥିରେ ଅଧିକାଂଶ ଠକଙ୍କ ନମ୍ବର ରହୁଛି। ତେଣୁ ପରବର୍ତ୍ତୀ ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଫଲୋଅର୍। ଶବାନାଙ୍କ ଏହି ଟ୍ଵିଟ୍ ବେଶ କିଛି ସମୟ ଟ୍ରେଣ୍ଡରେ ରହିବା ସହ ଶତାଧିକ କମେଣ୍ଟ ଆସିଥିଲା। କେହି ଅନଲାଇନ ମଦ ଡେଲିଭରିର ଠିକଣା ମଧ୍ୟ ଦେଇଛନ୍ତି। ଶବାନା ଲିକ୍ୟୁଇଡଜ ନାମକ ସଂସ୍ଥାରୁ ସେ ମଦ ଅର୍ଡର କରିଥିଲେ।

Leave A Reply

Your email address will not be published.