ଲାହୋର: ପାକିସ୍ତାନର ଓପନର ବ୍ୟାଟ୍ସମ୍ୟାନ ଅବଦୁଲ ଶଫିକ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଏକ ଅଲୋଡା ରେକର୍ଡ କରିଛନ୍ତି । ସେ କ୍ରମାଗତ ୩ଟି ମ୍ୟାଚରେ ଖାତା ଖୋଲିପାରି ନାହାନ୍ତି । ଶୂନରେ ହ୍ୟାଟ୍ରିକ ଲଗାଇବା ସହ ସେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ ସୂର୍ଯ୍ୟକୁମାର ଯାଦବଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ସୂର୍ଯ୍ୟକୁମାର ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ୩ଟି ମ୍ୟାଚରେ ଶୂନରେ ଆଉଟ ହୋଇଥିଲେ । ଭାରତୀୟ ଟି୨୦ ଟିମର ଅଧିନାୟକ ସେବେଠାରୁ ଆଉ କୌଣସି ଦିନିକିଆ ମ୍ୟାଚ ଖେଳି ନାହାନ୍ତି ।
ଦିନିକିଆ ଇତିହାସରେ ୯ଜଣ ଓପନ ଶୂନରେ ହ୍ୟାଟ୍ରିକ ଆଉଟ ହୋଇଛନ୍ତି । ଶେନ ୱାଟସନ, ଷ୍ଟିଫେନ ଫ୍ଲେମିଂଙ୍କ ପରି ଖେଳାଳି ମଧ୍ୟ ଏହି ୩ ଥର ଶୂନରେ ଆଉଟ ହୋଇଛନ୍ତି । ସଲମାନ ବଟ୍ଟଙ୍କ ପରେ ପାକିସ୍ତାନର ଦ୍ୱିତୀୟ ଓପନର ଭାବେ ଶଫିକ ଏହି ଅଲୋଡା ରେକର୍ଡ କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ପାକିସ୍ତାନ ସିରିଜ ବିଜୟୀ ହୋଇଛି ।