Latest Odisha News

BREAKING NEWS

କାମ ନ ମିଳିବାରୁ ଗହଣା ବିକି ଚଳୁଛନ୍ତି ଏହି ବଲିଉଡ୍‌ ଅଭିନେତ୍ରୀ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଭେଟେରାନ ଅଭିନେତ୍ରୀ ଶଗୁପ୍ତା ଅଲ୍ଲୀ। ତାଙ୍କ ଆର୍ଥିକ ତଥା ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ସେ ସର୍ବସମ୍ମୁଖରେ ମୁହଁ ଖୋଲିଛନ୍ତି। ବିଗତ ୩୬ ବର୍ଷ ଧରି ଏହି ଇଣ୍ଡଷ୍ଟ୍ରି ସହ କାମ କରୁଥିବା ଏହି ଅଭିନେତ୍ରୀ କହିଛନ୍ତି ଯେ ଗତ ୪ ବର୍ଷ ତାଙ୍କ ପାଇଁ ପ୍ରକୃତରେ କଠିନ ହୋଇପଡ଼ିଛି।

କାରଣ କାମ ମିଳୁନି। ସେଥିପାଇଁ ଅର୍ଥ ସଙ୍କଟର ସମ୍ମୁଖୀନ ହୋଇଛନ୍ତି ସେ। ଏହାଛଡ଼ା ସେ ତାଙ୍କ ମା ଏବଂ ନିଜର ଚିକିତ୍ସା ପାଇଁ ଟଙ୍କା ଆବଶ୍ୟକ କରୁଥିବା ମଧ୍ୟ ସେୟାର କରିଛନ୍ତି।

“କାମ ନଥିବା ହେତୁ ମୁଁ ଗତ ୪ ବର୍ଷ ମଧ୍ୟରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛି। ତେଣୁ କୌଣସି ପ୍ରକାରେ ମୁଁ ମୋ କାର୍ ଏବଂ ଅଳଙ୍କାର ବିକ୍ରି କରି ଚଳିବାକୁ ଚେଷ୍ଟା କରୁଛି। କୌଣସି ପ୍ରକାରେ ୨ରୁ ୩ ବର୍ଷ କଷ୍ଟରେ ଚଳିଲି। କିନ୍ତୁ ବର୍ତ୍ତମାନ ଗତ ୧ ବର୍ଷ ହେବ ସମସ୍ୟା ଆହୁରି ବଢିଯାଇଛି। ମୋର ସମସ୍ତ ସଞ୍ଚୟ ଶେଷ ହୋଇଥିବାରୁ ଜିନିଷ ବହୁତ କଷ୍ଟସାଧ୍ୟ ହୋଇପଡିଛି ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ “ମଧୁମେହ, ଆର୍ଥ୍ରାଇଟିସ୍ ଏବଂ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଥିବାରୁ ମୋ ମା’ଙ୍କୁ ତୁରନ୍ତ ଚିକିତ୍ସା ଆବଶ୍ୟକ। କିନ୍ତୁ ମୁଁ ତାଙ୍କୁ ଡାକ୍ତରଙ୍କ ପାଖକୁ ନେବାକୁ ଅସମର୍ଥ।

Comments are closed.