Latest Odisha News

BREAKING NEWS

୧୭ ବର୍ଷ ପରେ ପୁନର୍ବାର ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି ଅଭିତାଭ, ଶାହାରୁଖ

ମୁମ୍ବାଇ: ଦୀର୍ଘ ୧୭ ବର୍ଷରେ ବଲିଉଡର ଦୁଇ ମେଗା ଷ୍ଟାର ଅମିତାଭ ବଚ୍ଚନ ଓ ଶାହାରୁଖ ଖାଁ ପୁନର୍ବାର ଏକତ୍ର ଅଭିନୟ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଦୁଇ ମେଗା ଷ୍ଟାରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର ହେବା ପରେ ଏହି ଆଲୋଚନା ଜୋର ଧରିଛି । ଏହି ଦୁଇ ହୀରୋ ପୋଷ୍ଟରରେ ଏକତ୍ର ଦୌଡୁଥିବା ଦେଖିବାକୁ ମିଳିଛି । କଭି ଅଲ ବିଦା ନା କହେନା ହେ ପରେ ଉଭୟଙ୍କ ଆଉ ଏକତ୍ର ଦେଖିବାକୁ ମିଳି ନ ଥିଲା । ଏହା ପୂର୍ବରୁ କଭି ଖୁସି କଭି ଗମ, ମୋହବତେଁ ଓ ଭୂତନାଥରେ ଏକତ୍ର ଅଭିନୟ କରିଥିଲେ । ତେବେ ସେମାନେ ପ୍ରକୃତରେ କୌଣସି ଫିଲ୍ମ ପାଇଁ କିମ୍ବା ବିଜ୍ଞାପନ ନିମନ୍ତେ ଅଭିନୟ କରୁଛନ୍ତି ତାହା ସ୍ପଷ୍ଟ ହୋଇନି ।

କେତେକ ସୂତ୍ର ଅନୁସାରେ ଫରହାନ ଅଖତାରଙ୍କ ଡନ ୩ ପାଇଁ ସେମାନେ ଏହି ଫଟୋଶୁଟ କରିପାରନ୍ତି । ଡନର ତୃତୀୟ ସଂସ୍କରଣରେ ରଣବୀର ସିଂ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ । ପୂର୍ବରୁ ଅମିତାଭ ଓ ଶାହାରୁଖ ଡନ ଭୂମିକାରେ ଦର୍ଶକଙ୍କ ମନ ଜିଣି ପାରିଛନ୍ତି । ଶାହାରୁଖଙ୍କ ଆଗାମୀ ଫିଲ୍ମ ଜୱାନ ସେପ୍ଟମ୍ବର ୭ରେ ରିଲିଜ ହେବାକୁ ଯାଉଛି ।

Leave A Reply

Your email address will not be published.