Latest Odisha News

BREAKING NEWS

ଏକ ତରଫା ପ୍ରେମ ପାଇଁ ଅଙ୍କିତାକୁ ନିଆଁରେ ପୋଡ଼ିଦେଲା ଶାହରୁଖ

ରାଞ୍ଚି: ଏକ ତରଫା ପ୍ରେମରେ ସଫଳ ନେବା ପରେ ସୈତାନ ସାଜିଲା ପ୍ରେମିକ। ନିଆଁରେ ପୋଡ଼ିଦେଲା ଶାହାରୁଖ ହୁସେନ । ଶନିବାର ବିଳମ୍ବିତ ରାତିରେ 16 ବର୍ଷୀୟ ଅଙ୍କିତାର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ଝାଡଖଣ୍ଡ ଦୁମକା ଜାରୁୱାଡିହରେ ।

ଗତ ଚାରି ଦିନ ଧରି ରିମ୍ସରେ ଚିକିତ୍ସାଧୀନ ଥିବା ବେଳେ ଶନିବାର ଅଙ୍କିତା ଆଖି ବୁଜିଛି । ଅଙ୍କିତାଙ୍କ ମୃତ୍ୟୁକୁ ନେଇ ଦୁମକାରେ ଜନ ଅସନ୍ତୋଷ ତେଜିଛି। ଏହି ଘଟଣାର ପ୍ରତିବାଦରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ସତର୍କତାମୂଳକ ପଦକ୍ଷେପ ଭାବରେ ସମଗ୍ର ସହରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଅଗଷ୍ଟ 23 ରେ, ଅଙ୍କିତା ତାଙ୍କ ଘରେ ଶୋଇଥିଲେ। ଏହି ସମୟରେ ଝରକା ଦେଇ ତାଙ୍କ ଉପରକୁ ପେଟ୍ରୋଲ ଢାଳି ଦେଇଥିଲେ ଶାହୁରଖ । ଏହାପରେ ଅଙ୍କିତାଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ଅଙ୍କିତାର ଶରୀରରେ ପ୍ରାୟ 95 ପ୍ରତିଶତ ପୋଡି ହୋଇଯାଇଥିଲା। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ରିମ୍ସରେ ଭର୍ତ୍ତି କରାଯାଇଥିଲା। ଶନିବାର ରାତିରେ ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ଶାହାରୁଖ ଅଙ୍କିତାକୁ ଏକତରଫା ପ୍ରେମ କରୁଥିଲା। ହେଲେ ଅଙ୍କିତା ଏହାକୁ ନେଇ ସହମତି ପ୍ରକାଶ କରିନଥିଲେ। ପରେ ଶାହରୁଖ ପ୍ରତିଶୋଧ ନେବାକୁ ଯାଇ ଜହ୍ଲାଦ ହୋଇ ମାରିଦେବାକୁ ନିଷ୍ପତ୍ତି ନେଇଥିଲା।

ଅଙ୍କିତାଙ୍କ ମୃତ୍ୟୁ ପରେ ବଜରଙ୍ଗ ଦଳ, ଭିଏଚପି ଏବଂ ବିଜେପି ମହିଳା ମୋର୍ଚା ଦୁମକା ବନ୍ଦ ଡାକରା ଦେଇଥିଲେ। ଅସନ୍ତୁଷ୍ଟ ଲୋକେ ଦିନସାରା ଏହାକୁ ନେଇ ବିରୋଧ କରିଥିଲେ। ଲୋକଙ୍କ ଦାବି ଥିଲା ଯେ ଫାଷ୍ଟ ଟ୍ରାକ୍ କୋର୍ଟରେ ଶୁଣାଣି ପରେ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ।

ତେବେ ଦୁମକା ଏସପି ରବିବାର ସନ୍ଧ୍ୟାରେ ଅଙ୍କିତାଙ୍କ ଘରେ ପହଞ୍ଚିଥିଲେ। ସେ ପରିବାର ସଦସ୍ୟଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଫାଷ୍ଟ ଟ୍ରାକ କୋର୍ଟରେ ଶୁଣାଣି କରି ଦୋଷୀ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଉଦ୍ୟମ କରାଯିବ। ହତ୍ୟାକାରୀ ଶାହାରୁଖ ବର୍ତ୍ତମାନ ଦୁମକା ଜେଲରେ।

Leave A Reply

Your email address will not be published.