ମୁମ୍ବାଇ:ଶାହାରୁଖ ଖାଁଙ୍କ ବହୁଚର୍ଚ୍ଚିତ ପଠାନ ଫିଲ୍ମର ଶୁଟିଂ ଜୋରସୋରରେ ଆରମ୍ଭ ହୋଇଯାଇଛି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ଫିଲ୍ମର ପ୍ରଥମ ପର୍ଯ୍ୟୟ ଶୁଟିଂ ଇତି ମଧ୍ୟରେ ଶେଷ ହୋଇଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ପ୍ରଥମ ୨୦ ଦିନିଆ ଶୁଟିଂ ୨୪ ଡିସେମ୍ବରରେ ଶେଷ ହୋଇଛି । ଏହା ପରେ ଟିମ୍ ପରବର୍ତୀ ପର୍ଯ୍ୟାୟ ଶୁଟିଂ ଜାନୁୟାରୀ ୨୦୨୧ରେ ବିଦେଶରେ କରିବେ ।
ଦୀପିକା ପାଦୁକୋନ ଏଥିରେ ଏ ପର୍ଯ୍ୟନ୍ତ ୫ ଦିନ ଶୁଟିଂ କରିଛନ୍ତି । ଶାହାରୁଖ, ଦୀପିକାଙ୍କ ବ୍ୟତୀତ ଏହି ଫିଲ୍ମରେ ଜନ ଆବ୍ରାହାମ, ଡିମ୍ପଲ କାପାଡିଆ, ଗୌତମ ରୋଡେ, ଶାଜୀ ଚୌଧୁରୀ ଅଭିନୟ କରୁଛନ୍ତି । ଆସନ୍ତା ବର୍ଷ ଦିୱାଲୀରେ ଏହି ଫିଲ୍ମ ରିଲିଜ ହେବ । ସୂଚନାଯୋଗ୍ୟ, ୨ବର୍ଷ ପରେ ଶାହାରୁଖ ଏହି ଫିଲ୍ମ ମାଧ୍ୟମରେ ପ୍ରତ୍ୟାବର୍ତନ କରିଛନ୍ତି ।
Comments are closed.