ମୁମ୍ବାଇ: ବ୍ରହ୍ମାସ୍ତ୍ରରେ ନାଗାର୍ଜୁନ ଓ ଶାହାରୁଖଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଏହାର ପ୍ରଡ୍ୟୁସର କରନ ଜୋହର କହିଛନ୍ତି । ଏହାକୁ କେବଳ କାମିଓ କହିବା ଠିକ ନୁହେଁ ବୋଲି ସେ କହିଛନ୍ତି । ରଣବୀର କାପୁର ଓ ଆଲିଆ ଭଟ୍ଟ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ଆମେ ଏ ଭଳି ଏକ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଛ ଯାହା କି ସାରା ବିଶ୍ୱ ଦେଖିବ । ମେଗା ବଜେଟ ଫିଲ୍ମ କରିବାକୁ ହେଲେ ଅନ୍ୟମାନଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କରନ କହିଛନ୍ତି ।
ପ୍ରଥମେ ଶାହାରୁଖଙ୍କୁ ୫ ଦିନର ଶୁଟିଂ କରାଯିବ ବୋଲି କୁହାଯାଇଥିଲା । ଏହା ୧୫ ଦିନକୁ ବୃଦ୍ଧି ପାଇଥିଲେ ମଧ୍ୟ ସେ କିଛି କହି ନ ଥିଲେ । ଆଗକୁ ବଡ ଫିଲ୍ମ କରିବାକୁ ହେଲେ ପ୍ରଡ୍ୟୁସର ଏବଂ ଅଭିନେତାଙ୍କୁ ଏକତ୍ର ହେବାକୁ ପଡିବ ବୋଲି ସେ କହିଛନ୍ତି ।
Comments are closed.