Latest Odisha News

ଏହି ଦିନ ରିଲିଜ୍ ହେବ କିଙ୍ଗ୍ ଖାନଙ୍କ ‘କିଙ୍ଗ’, ଧମାଲ କରିବେ ବାପ-ଝିଅ

ମୁମ୍ବାଇ: ଶାହରୁଖ ଖାନଙ୍କର କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ବହୁତ ପ୍ରଶଂସକ ଅଛନ୍ତି । ତାଙ୍କର ୩୨ ବର୍ଷର ଫିଲ୍ମ କ୍ୟାରିୟରରେ ଶାହରୁଖ ଖାନ ସିନେ ଜଗତକୁ ଅନେକ ପ୍ରକାରର ଫିଲ୍ମ ଦେଇଛନ୍ତି ଏବଂ ତାଙ୍କର ଅବଦାନ ପ୍ରଶଂସନୀୟ । ଗତ ୨୦୨୩ରେ ଶାହାରୁଖ ଖାନଙ୍କ ଅଭିନୀତ ତିନି ତିନୋଟି ଚଳଚ୍ଚିତ୍ର ରେକର୍ଡ ସୃଷ୍ଟି କରିଥିଲା । ଚଳଚ୍ଚିତ୍ର ‘ପଠାନ୍’, ‘ଜୱାନ୍’ ଓ ‘ଡଙ୍କି’ ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରିଥିଲା । ଏହାରି ଭିତରେ ଶାହାରୁଖଙ୍କ ଆଗାମୀ ଚଳଚ୍ଚିତ୍ରକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।

କିଙ୍ଗ୍ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘କିଙ୍ଗ’ ଖୁବ ଶିଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ବର୍ତ୍ତମାନ ଏହି ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଖବର ଅନୁଯାୟୀ, ଶାହାରୁଖଙ୍କ ଆଗାମୀ ଚଳଚ୍ଚିତ୍ର ‘କିଙ୍ଗ’ ୨୦୨୬ ମସିହାରେ ଇଦ୍ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଜାନୁଆରୀ ୨୦୨୫ରୁ ଫିଲ୍ମର ସୁଟିଂ ଆରମ୍ଭ ହେବ । ତେବେ ଏହାର ରିଲିଜ୍ ତାରିଖ ଏବଂ ଏହାର ଶୁଟିଂ କେବେ ଆରମ୍ଭ ହେବ ସେନେଇ ନିର୍ମାତାମାନେ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରିନାହାଁନ୍ତି।

ଏହି ଚଳଚ୍ଚିତ୍ର ଶାହାରୁଖଙ୍କ ପାଇଁ ଆହୁରି ସ୍ୱତନ୍ତ୍ର ହେବାକୁ ଯାଉଛି କାରଣ ଏଥିରେ ତାଙ୍କ ଝିଅ ସୁହାନା ଖାନ ମଧ୍ୟ ତାଙ୍କ ସହ ନଜର ଆସିବେ । ‘କିଙ୍ଗ’ରେ ସୁହାନାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।ଫିଲ୍ମ ‘କିଙ୍ଗ’ରେ ଶାରୁଖାନ୍‌ ତାଙ୍କ ଝିଅ ସୁହାନା ଖାନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିବେ । ସୁଜୟ ଘୋଷ ଫିଲ୍ମ ‘କିଙ୍ଗ’ର ନିର୍ଦ୍ଦେଶନା ଦେବେ ଏବଂ ଏକ୍ସନ୍‌ ସିନ୍‌ର ଦାୟିତ୍ୱ ସିଦ୍ଧାର୍ଥ ଆନନ୍ଦଙ୍କୁ ଦିଆଯାଇଛି । ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଏବଂ ସିଦ୍ଧାର୍ଥ ଆନନ୍ଦଙ୍କ ମାର୍ଫ୍ଲିକ୍ସ ଏଣ୍ଟରଟେନମେଣ୍ଟ ମିଳିତ ଭାବେ ଏହାକୁ ତିଆରି କରିବାକୁ ଯାଉଛନ୍ତି । ତେବେ ଏହା ପ୍ରଥମ ଫିଲ୍ମ ହେବାକୁ ଯାଉଛି, ଯେଉଁଥିରେ କିଙ୍ଗ ଖାନ୍‌ ତାଙ୍କ ଝିଅ ସହ ଏକାଠି କାମ କରିବେ । ଏହି ଖବର ଆସିବା ପରେ ଦର୍ଶକ ମଧ୍ୟ ଏହି ଫିଲ୍ମକୁ ଦେଖିବାକୁ ପାଇଁ ଉତ୍ସାହାର ସହିତ ଅପେକ୍ଷା କରିଛନ୍ତି ।

Comments are closed.