ମୁମ୍ବାଇ: ବଲିଉଡ କିଙ୍ଗ ଶାହାରୁଖ ଖାଁ ଏବେ ସବୁଠାରୁ ଧନୀ ଅଭିନେତା ସାଜିଛନ୍ତି । ୩୩ ବର୍ଷ ହେବ ସେ ବଲିଉଡର ଏକପ୍ରକାର ରାଜୁତି ଜାରୀ ରଖିଛନ୍ତି । ଅକ୍ଟୋବର ୧ରେ ହୁରୁନ ରିଚ ଲିଷ୍ଟ ଜାରୀ କରାଇଯାଇଥିଲା । ଏଥିରେ କିଙ୍ଗ ଖାଁଙ୍କ ନେଟୱର୍ଥ ୧.୪ ବିଲିୟନ ଡଲାର ଦର୍ଶାଯାଇଛି । ଯାହା ଭାରତୀୟ ଟଙ୍କାରେ ୧୨୪୯୦ କୋଟି ହେବ । ଏଥିସହ ଶାହାରୁଖ କେବଳ ଭାରତର ନୁହେଁ ସମଗ୍ର ବିଶ୍ୱର ଧନୀ ଅଭିନେତା ହୋଇଛନ୍ତି । ୫୯ ବର୍ଷୀୟ ଶାହାରୁଖ ପ୍ରଥମ ଥର ବିଲିନିୟର କ୍ଲବରେ ସାମିଲ ହୋଇଛନ୍ତି । ଆର୍ଣ୍ଣଲ୍ଡ ଶ୍ୱେଜନେଗର (୧.୨ ବିଲିୟନ), ଜେରୀ ସେନଫେଲ୍ଡ(୧.୨ ବିଲିୟନ) ଓ ସେଲେନା ଗୋମେଜ ୭୨୦ ମିଲିୟନ ଡଲାର ସହ ଶାହାରୁଖଙ୍କ ପଛକୁ ରହିଛନ୍ତି ।
ଭାରତୀୟ କଳାକାରଙ୍କ ମଧ୍ୟରେ ଶାହାରୁଖଙ୍କ ପଛକୁ ଜୁହି ଚାୱାଲା ଓ ପରିବାର ରହିଛନ୍ତି । ଜୁହୀଙ୍କ ସମ୍ପତି ୭୭୯୦ କୋଟିରେ ପଂହଚିଛି । ସେହିପରି ହ୍ରିତିକ ରୋଶନ ଏବଂ ପରିବାର (୨୧୬୦), କରଣ ୟଶ ଜୋହର ( ୧୮୮୦) ଓ ଅମିତାଭ ବଚ୍ଚନ ପରିବାର ୧୬୩୦ କୋଟି ସହ ତୃତୀୟରୁ ପଂଚମ ସ୍ଥାନ ମଧ୍ୟରେ ରହିଛନ୍ତି ।
Comments are closed.