Latest Odisha News

BREAKING NEWS

ପଠାନ ପାଇଁ ଶାହାରୁଖ ନେଇଛନ୍ତି ୧୦୦ କୋଟି !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ତାଙ୍କର ଆଗାମୀ ଫିଲ୍ମ ପଠାନ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ପଠାନ ଫିଲ୍ମ ଶାହାରୁଖ ୧୦୦ କୋଟି ଟଙ୍କା ନେଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏହାତ ସତ୍ୟତା ନେଇ ପଠାନ ମେକର୍ସ କିମ୍ବା ଶାହାରୁଖଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଆସି ନାହିଁ । ଯଦି ଏହା ସତ ହୋଇଥାଏ ତାହାହେଲେ ସେ ବଲିଉଡର ସବୁଠାରୁ ଦାମୀ ହୀରୋ ପାଲଟିଯିବେ ।

ଏପରି କି ସେ ସଲମାନ ଖାଁ ଓ ଅକ୍ଷୟ କୁମାରଙ୍କୁ ମଧ୍ୟ ପଛରେ ପକାଇଦେବେ । ତାଙ୍କ ପୂର୍ବରୁ କୌଣସି ହୀରୋ ଏତେ ମାତ୍ରାରେ ପାରିଶ୍ରମିକ ପାଇ ନାହାନ୍ତି । ଶାହାରୁଖଙ୍କ ପ୍ରାଇସ ଖବର ଏବେ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗିଛି । ଏହି ଫିଲ୍ମରେ ତାଙ୍କ ସହ ଦୀପିକା ପାଦୁକୋନ ଓ ଜନ ଆବ୍ରାହମ ରହିଛନ୍ତି ।

Leave A Reply

Your email address will not be published.