Latest Odisha News

BREAKING NEWS

କରୋନା ମୁକାବିଲା ପାଇଁ ପୁରୀ ପୋଲିସର ସତର୍କତା, କୋଭିଡ ନିୟମ ମାନିବାକୁ ପରାମର୍ଶ, ମାସ୍କ ଚେକିଂ କଡାକଡ଼ି

ପୁରୀ: କରୋନା ମୁକାବିଲା ପାଇଁ ପୁରୀ ପୋଲିସ ପକ୍ଷରୁ ପୁଣିଥରେ ମାସ୍କ ଚେକିଂକୁ କଡାକଡି କରାଯାଇଛି । ବିଶେଷ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ଵ, ଶ୍ରୀକ୍ଷେତ୍ରର ପ୍ରମୁଖ ଛକରେ ସକାଳେ ଓ ସନ୍ଧ୍ୟାବେଳେ ଦୁଇଥର କଡାକଡି ଚେକିଂ କରାଯାଉଛି । ପ୍ରାୟ ୫ଶହ ଲୋକଙ୍କୁ ସଚେତନ କରାଯିବା ସହ ମାସ୍କ ପିନ୍ଧିବା ଉପରେ ତାଗିଦ କରାଯାଇଛି ।

ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାସ୍କ ପିନ୍ଧି ଆସିବା ସହ କୋଭିଡ ନିୟମବଳୀକୁ ପାଳନ କରିବାକୁ ପୁରୀ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ପୁରୀର ପ୍ରଵେଶପଥ ଅଠରନଳା, ସୁବାଷବୋଷ ଛକ, ମଙ୍ଗଳାଘାଟ ଛକରେ ଜୋରଦାର ଚେକିଂ ଆରମ୍ଭ ହୋଇଛି । ରାଜ୍ୟରେ ଦୈନନ୍ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସତର୍କ ରହିଛି ପୁରୀ ପୋଲିସ । 

Leave A Reply

Your email address will not be published.