Latest Odisha News

BREAKING NEWS

ପ୍ରଶଂସକଙ୍କ ପାଇଁ ଖୁସି ଖବର: ସିଗାରେଟ ଛାଡିଲେ କିଙ୍ଗଖାନ

ମୁମ୍ବାଇ: ଗତ ନଭେମ୍ବର ୨ ତାରିଖରେ ବଲିଉଡ ବାଦଶାହା କିଙ୍ଗଖାନ ତାଙ୍କର ୫୯ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ପ୍ରଶଂସକ ମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି ଶାହାରୁଖ । ଧୁମ୍ରପାନ ଛାଡିଛନ୍ତି ଅଭିନେତା ଶାହାରୁଖ ଖାନ । ଜନ୍ମଦିନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶାହାରୁଖ ଧୂମ୍ରପାନ ଛାଡିବା କଥା ଘୋଷଣା କରି ସବୁ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ଶାହାରୁଖ ସିଗାରେଟ ଟାଣିବା ଆରମ୍ଭ କରିବାର ୩ ଦଶନ୍ଧିରୁ ଅଧିକ ସମୟ ବିତିଗଲାଣି । ଖୋଲାଖୋଲି ଭାବେ ଶାହାରୁଖ ସିଗାରେଟ ଟାଣୁଥିବା ଅନେକ ଭିଡିଓ ସୋସିଆଲ ମିଡିଆରେ ପ୍ରତିଦିନ ଦେଖିବାକୁ ମିଳେ ।

ଶାହାରୁଖ ଧୂମ୍ରପାନ ଛାଡିବାର ଘୋଷଣା କରିବା ପରେ ଜଣେ ପ୍ରଶଂସକ ଅଭିନେତାଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଶାହାରୁଖ କହିଛନ୍ତି ଯେ ‘ଏହା ଖୁସିର ଖବର ଯେ ମୁଁ ଆଉ ଧୂମ୍ରପାନ କରୁ ନାହିଁ’। ଶାହାରୁଖଙ୍କ ଏହି ଘୋଷଣା ପରେ ପୁରା କାର୍ଯ୍ୟକ୍ରମରେ ତାଳି ବାଜୁଥିବା ଶବ୍ଦ ଭିଡିଓରେ ସ୍ପଷ୍ଟ ଜଣାପଡିଥିଲା । ଜଣେ ପ୍ରଶଂସକ ଏହି ଭିଡିଓକୁ ଏକ୍ସରେ ସେୟାର କରିବାର ମାତ୍ର କିଛି ସମୟ ମଧ୍ୟରେ ଏହା ପୁରା ଭାଇରାଲ ହୋଇଯାଇଥିଲା ।

ତେବେ କହିରଖୁଛୁ ଯେ, ଶାହାରୁଖ ଖାନ ଦିନକୁ ୧୦୦ରୁ ଉର୍ଦ୍ଧ୍ଵ ସିଗାରେଟ ଟାଣୁଥିଲେ । ଗତ କିଛି ବର୍ଷ ହେବ ଶାହାରୁଖ ତାଙ୍କ ଅଭ୍ୟାସ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ । ସେ ପ୍ରାୟତଃ ତାଙ୍କ ଧୂମ୍ରପାନ ଏବଂ କଫିକୁ ତାଙ୍କର ନିଶା ବୋଲି କହୁଥିଲେ । ୨୦୧୧ରେ ଏକ ସାକ୍ଷାତକାରରେ ଶାହାରୁଖ କହିଥିଲେ ଯେ, ସେ ଦିନକୁ ପ୍ରାୟ ୧୦୦ଟି ସିଗାରେଟ୍ ଏବଂ ପ୍ରାୟ ୩୦ କପ୍ କଫି ପିଉଛନ୍ତି ଏବଂ ପ୍ରାୟ ସମୟରେ ସେ ଖାଇବା ମଧ୍ୟ ଭୁଲିଯାଆନ୍ତି । କିନ୍ତୁ ମୋ ପରିବାର ମୋର ଯଥେଷ୍ଟ ଯତ୍ନ ନିଅନ୍ତି ।

Leave A Reply

Your email address will not be published.