Latest Odisha News

BREAKING NEWS

ଶାହାରୁଖଙ୍କ ପଠାନ ଫିଲ୍ମ ୨୦୨୨ରେ ରିଲିଜ ହେବ !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଆଗାମୀ ଫିଲ୍ମ ପଠାନ ଚଳିତ ବର୍ଷ ରିଲିଜ ହେବନି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏବେ ଏହା ୨୦୨୨ରେ ରିଲିଜ ହେବ ବୋଲି ଜଣାପଡିଛି । ଜୀରୋ ଫିଲ୍ମ ପରେ ଶାହାରୁଖଙ୍କ ଆଉ କୌଣସି ବଡ ଫିଲ୍ମ ପରଦାକୁ ଆସି ନାହିଁ । ସିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ।

ୟଶରାଜଫିଲ୍ମ ବ୍ୟାନର ତଳେ ଏହା ନିର୍ମିତ ହେଉଛି । ଶାହାରୁଖ ଓ ଦୀପିକା ପାଦୁକୋନ ଏହି ଫିଲ୍ମରେ ର’ ଏଜେଂଟ ଭୂମିକା କରୁଛନ୍ତି । ଜନ ଆବ୍ରାହମ, ଡିମ୍ପଲ କାପାଡିଆ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବେ । ସଲମାନ ଖାଁ ଏଥିରେ କାମିଓ ରାଲ କରୁଛନ୍ତି । ପଠାନ ଏକ ଆକ୍ସନ ଫିଲ୍ମ ବୋଲି ୱାର ଭଳି ସଫଳ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ସିଦ୍ଧାର୍ଥ କହିଛନ୍ତି ।

Leave A Reply

Your email address will not be published.