Latest Odisha News

ରିଲିଜ୍ ପୂର୍ବରୁ ୧୫୫ କୋଟି ଆୟ କଲା ଶାହାରୁଖଙ୍କ ଫିଲ୍ମ ‘ଡଙ୍କି’

ମୁମ୍ବାଇ: ବଲିଉଡର଼ କିଙ୍ଗ୍ ଖାନ୍ ଶାହାରୁଖ ଖାନ୍‌ଙ୍କ ପାଇଁ ୨୦୨୩ ବର୍ଷ ଶୁଭ ସାବ୍ୟସ୍ତ ହୋଇଛି । ଚଳିତବର୍ଷ ସେ ଗୋଟେ ପରେ ଗୋଟେ ସୁପରହିଟ୍ ଫିଲ୍ମ ଦେଇ ଚାଲିଛନ୍ତି । ଚଳିତ ବର୍ଷ ଆରମ୍ଭରେ ଶାହରୁଖଙ୍କ ଫିଲ୍ମ ‘ପଠାନ’ ରିଲିଜ୍ ହୋଇଥିଲା, ଯାହା ବକ୍ସ ଅଫିସରେ ରେକର୍ଡ଼ କରିଥିଲା । ସେହିପରି ଗତ ୭ ତାରିଖରେ ତାଙ୍କ ଅଭିନୀତ ଫିଲ୍ମ ଯବାନ ରିଲିଜ୍ ହୋଇଛି, ଯାହା ସୁପରହିଟ୍ ବୋଲି ପ୍ରମାଣିତ ହୋଇଛି । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ରୋଜଗାର କରୁଥିବା ଦେଖାଯାଇଛି । ଖ୍ରୀଷ୍ଟମାସ ଅବସରରେ ଶାହାରୁଖଙ୍କ ତୃତୀୟ ଫିଲ୍ମ ‘ଡଙ୍କି’ ରିଲିଜ୍ ହେବ । ଯେଉଁଥିରେ ଶାହାରୁଖ ପୁଣି କମାଲ କରିବେ । ଏହି ଫିଲ୍ମଟି ଏବେ ସୁଦ୍ଧା ପ୍ରେକ୍ଷାଳୟରେ ରିଲିଜ୍ ହୋଇ ନ ଥିଲେ ବି ୧୫୫କୋଟି ଟଙ୍କା ଆୟ କରିଥିବା ଜଣାଯାଇଛି ।

ଫିଲ୍ମର ଓଟିଟି ରାଇଟ୍ସ ବିକ୍ରି ହେବା ପରେ ନିର୍ମାତା ୧୫୫କୋଟି ଟଙ୍କା ଆୟ କରିଥିବା କୁହାଯାଉଛି । ଏହି ଫିଲ୍ମରେ ପ୍ରଥମ କରି ଶାହାରୁଖ, ଅଭିନେତ୍ରୀ ତାପସୀ ପନ୍ନୁଙ୍କ ସହ ସ୍କ୍ରିନ ସେୟାର କରିବେ । ତେବେ ଶାହାରୁଖ ଖାନଙ୍କ ‘ଡଙ୍କି’ ନେଟଫ୍ଲିକ୍ସରେ ରିଲିଜ୍ ହେବ ବୋଲି ଜଣାଯାଇଥିବା ବେଳେ ଏବେ ଜିଓ ସିନେମା ଏହାର ରାଇଟ୍ସ କିଣିଥିବା କୁହାଯାଉଛି । ଜିଓ ସିନେମା ‘ଡଙ୍କି’ର ଓଟିଟି ରାଇଟ୍ସ ୧୫୫କୋଟି ଟଙ୍କାରେ କିଣିଛି । ତେବେ ଫିଲ୍ମର ଉଭୟ ଡିଜିଟାଲ ଏବଂ ସାଟେଲାଇଟ୍ ରାଇଟ୍ସ ୨୩୦ କୋଟିରେ ବିକ୍ରି ହୋଇଛି ।

Comments are closed.