Latest Odisha News

BREAKING NEWS

ଚର୍ଚ୍ଚାରେ ଶାହାରୁଖ୍‌ଙ୍କ ଥ୍ରୋବ୍ୟାକ୍‌ ଫଟୋ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ବ୍ୟତୀତ ବଲିଉଡର କିଙ୍ଗଖ ଖାନ୍‌ ଅଭିନେତା ଶାହରୁଖ ଖାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି।

ଶାହାରୁଖ ଖାନ ମଧ୍ୟ ଦୁବାଇର କିଛି ଫଟୋ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ପାଇଁ ସେୟାର କରି ଚାଲିଛନ୍ତି। ଆଜିକାଲି ସୋସିଆଲ ମିଡିଆରେ ତାଙ୍କର ଏକ ଥ୍ରୋବ୍ୟାକ୍ ଫଟୋ ଭାଇରାଲ ହେଉଛି। ଶାହାରୁଖ ଖାନଙ୍କ ଏହି ଫଟୋ ବୁର୍ଜ ଖଲିଫା ସାମ୍‌ନାରେ ଉଠାଯାଇଛି। ଭାଇରାଲ ହେଉଥିବା ଏହି ଫଟୋରେ ସେ କଳା ରଙ୍ଗର ହୁଡି, ଡେନିମ୍ ଏବଂ ସ୍ନିକର୍ ପିନ୍ଧିଥିବାର ଦେଖିବାକୁ ମିଳିଛି। ଶାହାରୁଖ ଖାନ ଫଟୋରେ ପୋଜ୍ କରୁଥିବା ନଜର ଆସିଛନ୍ତି।

ସୋସିଆଲ ମିଡିଆରେ କିଙ୍ଗ ଖାନଙ୍କ ଏହି ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ତାଙ୍କର ପ୍ରଶଂସକ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଫଟୋକୁ ବହୁତ ପସନ୍ଦ କରୁଛନ୍ତି। ଏହାପୂର୍ବରୁ ଶାହରୁଖ ଖାନ ନୂଆ ବର୍ଷ ଅବସରରେ ପ୍ରଶଂସକମାନଙ୍କୁ ଏକ ବିଶେଷ ବାର୍ତ୍ତା ଦେବା ଏବଂ ତାଙ୍କ ଚଳଚ୍ଚିତ୍ରର ଖୁଲାସାକୁ ନେଇ ଚର୍ଚ୍ଚାରେ ଥିଲେ। ଜାନୁଆରୀ ୧ରେ ସେ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଭିଡିଓ ସେୟାର କରିଥିଲେ।

Comments are closed.