Latest Odisha News

BREAKING NEWS

ଜ୍ୟାକି ଶ୍ରଫ୍‌ଙ୍କ ସାନ ଭଉଣୀ ହେବେ ଦିଶା!

ନୂଆଦିଲ୍ଲୀ: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ରାଧେରେ ଦିଶା ପଟାନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଦିଶାଙ୍କ ଚରିତ୍ର ପ୍ରକାଶ ପାଇଛି ଏବଂ ବିଶେଷ କଥା ହେଉଛି ଏହି ଚଳଚ୍ଚିତ୍ରରେ ଦିଶା ପ୍ରଥମ ଥର ପାଇଁ ଜ୍ୟାକି ଶ୍ରଫଙ୍କ ସହ ସ୍କ୍ରିନ୍ ସେୟାର କରିବାର ସୁଯୋଗ ପାଇବେ। ଏଥିରେ ଦିଶା ଜ୍ୟାକି ଶ୍ରଫ୍‌ଙ୍କ ଅନ୍‌ ସ୍କ୍ରିନ୍‌ ଭଉଣୀ ଭୂମିକାରେ ନଜର ଆସିବେ।

BjdElectrycity

ଉଲ୍ଲେଖଥାଉ କି, ଏହା ପୂର୍ବରୁ ଫିଲ୍ମ ‘ଭାରତ’ରେ ଜ୍ୟାଜି ସଲମାନଙ୍କ ପିତା ଭୂମିକାରେ ଅଭିନୟ କରିଥିଲେ ଏବଂ ଦିଶା ସଲମାନଙ୍କ ଗର୍ଲଫ୍ରେଣ୍ଡ ଭୂମିକାରେ ଅଭିନୟ କରିଥିଲେ। ତେବେ ଜ୍ୟାକି ଏବଂ ଦିଶା ସେହି ଫିଲ୍ମରେ ସ୍କ୍ରିନ୍ ସ୍ପେସ୍ ଅଂଶୀଦାର କରିନଥିଲେ। ଖବର ଅନୁଯାୟୀ ଦିଶା ଜ୍ୟାକିଙ୍କ ପୁଅ ଟାଇଗରଙ୍କୁ ଡେଟ କରୁଛନ୍ତି। ତେବେ ଉଭୟ ନିଜ ସମ୍ପର୍କ ବିଷୟରେ ଏପର୍ଯ୍ୟନ୍ତ ସର୍ବସାଧାରଣରେ କହି ନାହାଁନ୍ତି। ରିପୋର୍ଟ ଅନୁଯାୟୀ, ଦିଶା ପଟାନୀଙ୍କୁ ରାଧେରେ ଜ୍ୟାକିଙ୍କ ସାନ ଭଉଣୀ ଭୂମିକାରେ ଦେଖିବାକୁ ମିଳିବ।

Leave A Reply

Your email address will not be published.