Latest Odisha News

BREAKING NEWS

‘ଜବାନ୍’ ସିନେମାର ସଫଳତା ପାଇଁ ପ୍ରାର୍ଥନା: ଭେଙ୍କଟେଶ୍ୱର ମନ୍ଦିରରେ ପହଞ୍ଚିଲେ ସାହାରୁଖ୍ ଖାନ୍

ଭୁବନେଶ୍ୱର: ବଲିଉଡ୍ ବାଦ୍ସା ଶାହାରୁଖ୍ ଖାନ୍ ନିଜର ଆଗାମୀ ଚଳଚିତ୍ର ‘ଜବାନ’ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି । ରିଲିଜ ଅପେକ୍ଷାରେ ଥିବା ‘ଜବାନ’ ସିନେମାର ସଫଳତା ପାଇଁ ଶାହାରୁଖ୍ ସମ୍ପୁର୍ଣ୍ଣ ଉଦ୍ୟମ ଜାରି ରଖିଛନ୍ତି । ପ୍ରମୋସନ ପାଇଁ ଭିନ୍ନ ଭିନ୍ନ ମନ୍ଦିର ଯାଇ ସିନେମାର ସଫଳତା ପାଇଁ ପ୍ରାର୍ଥନା କରୁଛନ୍ତି । ସେପ୍ଟେମ୍ବର ୭ ତାରଖରେ ରିଲିଜ୍ ହେବାକୁ ଯାଉଥିବା ଏହି ସିନେମାର ସଫଳତା ପାଇଁ ପ୍ରଥମେ ଜାମ୍ମୁ କାଶ୍ମୀରରେ ଥିବା ମାତା ବୈଷ୍ଣୋଙ୍କ ମନ୍ଦିରରେ ଆଶୀର୍ବାଦ ନେବା ପାଇଁ ପହଞ୍ଚିଥିଲେ । ଏବେ ସୁପରଷ୍ଟାର ଶାହରୁଖ ଖାନ୍ ମଙ୍ଗଳବାର ଦିନ ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲାର ହିଲ୍ ଟାଉନ୍ ତିରୁମାଲା ସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ‘ଯବାନ’ର ସଫଳତା ପାଇଁ ପ୍ରାର୍ଥନା କରିଥିଲେ ।

୫୮ ବର୍ଷୀୟ ସୁପରଷ୍ଟାର୍ ସାହାରୁଖ୍ ଖାନଙ୍କ ସହିତ ତାଙ୍କ ଝିଅ ସୁହାନା ଖାନ, ନୟନଥାରା, ‘ଜୱାନ’ ଚଳଚ୍ଚିତ୍ର ନିର୍ମାତା ସ୍ୱାମୀ ବିଗ୍ନେଶ ଶିବନ ଏବଂ ତାଙ୍କ ସହଯୋଗିମାନେ ମଧ୍ୟ ସେଠାରେ ଯୋଗ ଦେଇଥିଲେ । କିଛି ଦିନ ପୂର୍ବରୁ ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା ଜୱାନର ଟ୍ରେଲର୍ ରିଲିଜ୍ ହୋଇଥିବାବେଳେ ଦର୍ଶକମାନଙ୍କୁ ବେଶ୍ ଆକର୍ଶିତ କରିଛି । ତାମିଲ୍ ସିନେ ମେକର୍ ଅଟଲିଙ୍କ ନିର୍ଦ୍ଦେଶିତ ସିନେମା ଜୱାନରେ ନୟନତାରା, ବିଜୟ ସେତୁପତି ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ଦୀପିକା ପାଦୁକୋନ୍ , ସୁନୀଲ ଗ୍ରୋଭର ଓ ସାନ୍ୟା ମଲହୋତ୍ରା ମଧ୍ୟ ଗୁରୁତ୍ବ ପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ସାଉଥ୍ ନିର୍ଦେଶକ ଅଟଲି ଏହି ସିନେମାରେ ରଚନା ଓ ନିର୍ଦେଶନା ଭାର ତୁଲାଇଥିବା ବେଳେ ଏହା ତାଙ୍କର ପ୍ରଥମ ହିନ୍ଦୀ ସିନେମା । ରିଲିଜ୍ ଅପେକ୍ଷାରେ ଥିବା ଏହି ସିନେମାକୁ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ୍ କରିବାର ଯୋଜନା ରହିଛି । ଶାହାରୁଖ୍ ଖାନ୍ ଏଥିରେ ଡବଲ ରୋଲ୍ କରୁଥିବାର ନଜର ଆସିବେ । ୫ ଲକ୍ଷରୁ ଅଧିକ ଲୋକ ଏହି ଫିଲ୍ମ ପାଇଁ ଆଡଭାନ୍ସ ଟିକେଟ୍ ବୁକିଙ୍ଗ୍ କରିସାରିଲେଣି । କିଙ୍ଗ୍ ଖାନଙ୍କ ଫ୍ୟାନ୍ସମାନେ ଏହି ଫିଲ୍ମ ପାଇଁ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଏହାର ପ୍ରମୋସନ୍ ପାଇଁ ଯୋରଦାର୍ ପ୍ରଚେଷ୍ଟା ଜାରି ରହିଛି ।

 

 

Leave A Reply

Your email address will not be published.