Latest Odisha News

BREAKING NEWS

ସମସ୍ତଙ୍କ ଆଗରେ ଶାହରୁଖଙ୍କୁ ଚୁମ୍ବନ ଦେଲେ ଯୁବତୀ

ମୁମ୍ବାଇ: ବଲିଉଡ଼ର କିଙ୍ଗ ଖାନ୍ ଶାହରୁଖଙ୍କ ଲୋକପ୍ରିୟତା ସବୁଆଡ଼େ ରହିଛି । ଶାହରୁଖ ଯୁଆଡ଼େ ଗଲେ ବି ତାଙ୍କ ପ୍ରଶଂସକମାନେ ତାଙ୍କ ପିଛା ଛାଡ଼ନ୍ତି ନାହିଁ । ତାଙ୍କର ଟିକେ ଝଲକ ଦେଖିବା ଓ ତାଙ୍କ ସହ ସେଲଫି ନେବାକୁ ଠେଲାପେଲା ହୋଇଥାନ୍ତି । ମଙ୍ଗଳବାର ଦୁବାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଜଣେ ଯୁବତୀ ପ୍ରଶଂସକ ସର୍ବସମ୍ମୁଖରେ ତାଙ୍କୁ ଜାବୁଡ଼ି ଧରି ଚୁମ୍ବନ ଦେଇଥିଲେ । ଏହାର ଭିଡ଼ିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଦୁବାଇରେ ଏକ ରିୟଲ୍ ଇଷ୍ଟେଟ୍ ବ୍ରାଣ୍ଡ୍‌ର ପ୍ରସାର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଶାହରୁଖ । ଏହି ସମୟରେ ଶାହରୁଖ ତାଙ୍କର କେତେକ ପ୍ରଶଂସକ ଓ ଅତିଥିଙ୍କ ସହ ସାକ୍ଷାତ କରିଥିଲେ । ମ୍ୟାନେଜର ଏବଂ ଅଙ୍ଗରକ୍ଷୀମାନଙ୍କ ଗହଣରେ ଶାହାରୁଖ ଷ୍ଟେଜ୍‌ର ପଛପାଖକୁ ଯାଉଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ଶାହାରୁଖଙ୍କ ସହିତ କରମର୍ଦ୍ଦନ କରିବା ସହ ହାତକୁ ଚୁମ୍ବନ ଦେଇଥିଲେ । ଏହା ପରେ ପରେ ଜଣେ ପ୍ରଶଂସିକା ନିଜକୁ ଆୟତ୍ତ କରି ନ ପାରି ଶାହରୁଖଙ୍କ ପାଖକୁ ଆସି ମୁଁ ଆପଣଙ୍କୁ କିସ୍ କରିପାରେ କି ? ବୋଲି ପଚାରୁଛନ୍ତି । ହେଲେ ଶାହରୁଖ କିଛି ଉତ୍ତର ଦେବା ପୂର୍ବରୁ ଯୁବତୀ ଜଣକ ଚୁମ୍ବନ ଦେଇଥିଲେ । ପରେ ଯୁବତୀ ଜଣକ ହସି ହସି ସେଠାରୁ ଚାଲିଯାଉଥିବା ନଜର ଆସିଛନ୍ତିି ।
ଏହି ଭିଡ଼ିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ରଖିଛନ୍ତି । ଉକ୍ତ୍ ଯୁବତୀଙ୍କୁ ଜେଲରେ ପୁରାଯାଉ ବୋଲି ଅନେକ ପ୍ରଶଂସକ ମତ ରଖିଛନ୍ତି ।

Leave A Reply

Your email address will not be published.