Latest Odisha News

BREAKING NEWS

ଏନସିଏରେ ପ୍ରଶିକ୍ଷଣ ନେବେ ଅର୍ଜୁନଙ୍କ ସମେତ ୨୦ ଅଲରାଉଣ୍ଡର

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପରାଜିତ ହେବା ପରେ ବିସିସିଆଇ ଯତ୍ନବାନ ହୋଇ ଉଠିଛି । ୩ଟି ଯାକ ଫର୍ମାଟ ପାଇଁ ଅଲଗା ଅଲଗା ଟିମ ପ୍ରସ୍ତୁତ ନେଇ ବିିସିସିଆଇ ରଣନୀତି ଆରମ୍ଭ କରିଛି । ଇତି ମଧ୍ୟରେ ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କ ସମେତ ୨୦ ପ୍ରତିଭାବାନ ଅଲରାଉଣ୍ଡରଙ୍କ ଶର୍ଟଲିଷ୍ଟ କରାଯାଇଛି । ସେମାନେ ବାଙ୍ଗାଲୋରରେ ଥିବା ଜାତୀୟ କ୍ରିକେଟ ଏକାଡେମୀରେ ପ୍ରଶିକ୍ଷଣ ନେବେ । ଅଭ୍ୟାସ ଶିବିର ଅଗଷ୍ଟରୁ ଆରମ୍ଭ ହେବ । ଚେତନ ସାକାରିଆ, ଅଭିଷେକ ଶର୍ମା, ମୋହିତ ରେଡକର, ମାନବ ସୁତାର, ହର୍ଷିତ ରାଣା, ଦିବିଜ ମେହେରା ଓ ୟାରା ପୃଥ୍ୱୀରାଜଙ୍କ ପରି ଖେଳାଳି ଏହି ତାଲିକାରେ ସ୍ଥାନ ପାଇଛନ୍ତି ।

ଏମର୍ଜିଂ ଏସିଆ କପକୁ ଆଖି ଆଗରେ ରଖି ବିସିସିଆଇ ଏହି ପ୍ରସ୍ତୁତି ଆରମ୍ଭ କରିଛି । ଏନସିଏ ମୂଖ୍ୟ ଭିଭିଏସ ଲକ୍ଷ୍ମଣ ଅଲରାଉଣ୍ଡର ଶର୍ଟଲିଷ୍ଟ କରିବା ପ୍ରସ୍ତାବ ଦେଇଥିଲେ । ପ୍ରଦର୍ଶନ ଓ କ୍ଷମତା ବିଚାରକୁ ନେଇ ଶିବସୁନ୍ଦର ଦାସଙ୍କ ନେତୃତ୍ୱରେ ଏହି ଖେଳାଳିମାନଙ୍କୁ ଚୟନ କରିଛନ୍ତି ।

Leave A Reply

Your email address will not be published.