Latest Odisha News

BREAKING NEWS

ଟପ୍ ଏସୀୟ ସେଲିବ୍ରିଟି ତାଲିକାରେ ଶୀର୍ଷରେ କିଙ୍ଗଖାନ୍

ମୁମ୍ବାଇ: ଚଳିତବର୍ଷ ଶାହରୁଖ ଖାନ୍‌ଙ୍କୁ ତାଙ୍କ ଫିଲ୍ମ ପାଇଁ ଅନେକ ସଫଳତା ମିଳିଛି । ଏହାରି ମଧ୍ୟରେ ତାଙ୍କୁ ଆଉ ଏକ ସଫଳତା ମିଳିଛି। କିଙ୍ଗ୍‌ ଖାନ୍‌ ତାଙ୍କ ସଫଳତାର ତାଲିକାରେ ଆଉ ଏକ ଧାଡି ଯୋଡିଛନ୍ତି। ବ୍ରିଟେନରେ ହେଉଥିବା ଶ୍ରେଷ୍ଠ ୫୦ ଏସୀୟ ତାରକା ତାଲିକାରେ ଶାହାରୁଖଙ୍କ ନାମ ଶୀର୍ଷରେ ରହିଛି। ଗୋଟିଏ ବର୍ଷରେ ଦୁଇଟି ସୁପରହିଟ୍ ସିନେମା ଭେଟି ଦେଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି ଶାହରୁଖ୍ । କିଛି ଦିନରେ ଆଉ ଏକ ସିନେମା ‘ଡଙ୍କି’ ରିଲିଜ୍‌ ହେବାକୁ ଯାଉଛି।

ସେଥିପାଇଁ ମଧ୍ୟ ଟିକେଟ ବୁକିଂ ଆରମ୍ଭ ହୋଇଗଲାଣି। ସେହିପରି ଦ୍ୱିତୀୟରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ତୃତୀୟରେ ପ୍ରିୟଙ୍କା ଚୋପ୍ରା ରହିଛନ୍ତି। ହଲିଉଡ୍ ସିନେମା ହାର୍ଟ ଅଫ୍ ଦି ଷ୍ଟୋନ୍ ରେ ଆଲିଆଙ୍କ ଅଭିନୟ ଅତି ଉଚ୍ଚକୋଟିର ଥିଲା । ସେହିପରି ପ୍ରିୟଙ୍କା ଚୋପ୍ରାଙ୍କ  ସିଟାଡେଲ୍ ଓ ଲଭ୍ ଏଗେନରେ ତାଙ୍କ ଅଭିନୟ ତାଙ୍କୁ ଲୋକପ୍ରିୟ କରିପାରିଛି । ଗାୟକ ଦଲଜିତ୍‌ ଏବଂ ରଣବୀର କପୁର ଚତୁର୍ଥ ସ୍ଥାନରେ ରହିଛନ୍ତି  ।  ବ୍ରିଟେନର ସାପ୍ତାହିକ ‘ଇଷ୍ଟର୍ନ ଆଇ’ରେ ଏହି ତାଲିକା ପ୍ରକାଶ ପାଇଛି।

Comments are closed.