Latest Odisha News

ବଲିଉଡ଼ର ଡ଼େବ୍ୟୁ ଫିଲ୍ମକୁ ନେଇ ଖୁସି ନାହାନ୍ତି ନୟନତାରା , ଦୁଃଖ କଲେ ଶାହରୁଖ

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ଯବାନ’ରେ ନାୟିକା ସାଜିଥିଲେ ଅଭିନେତ୍ରୀ ନୟନତାରା । ଏହି ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଛନ୍ତି । ଫିଲ୍ମ ‘ଯବାନ’ ରେ ତାଙ୍କୁ ଜଣେ ପୋଲିସ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିଥିଲା । ତାଙ୍କୁ ପୋଲିସ ଅଧିକାରୀ ଚରିତ୍ରରେ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ହେଲେ ନିଜ ବଲିଉଡ ଡେବ୍ୟୁକୁ ନେଇ ସେ ଖୁସି ନାହାନ୍ତି ବୋଲି ଜଣାଯାଇଛି ।

ଫିଲ୍ମରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହାକୁ ନେଇ ନୟନତାରା ନିର୍ଦ୍ଦେଶକ ଅଟଲିଙ୍କ ଉପରେ ଅସନ୍ତୋଷ ଅଛନ୍ତି । ଏହା ଉପରେ ଶାହରୁଖ ସୋସିଆଲ ମିଡ଼ିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତିି । ନୟନତାରା ଜଣେ ଭଲ ଅଭିନେତ୍ରୀ । ଯବାନରେ ସେ ବଲିଉଡ଼ରେ ଡ଼େବ୍ୟୁ କରିଥିଲେ । ହେଲେ ତାଙ୍କୁ କମ୍ ସ୍କ୍ରିନ୍ ଟାଇମ୍ ମିଳିଥିବାରୁ ସେ ଦୁଃଖୀ ଥିବା ମୁଁ ଶୁଣିଛି । ଏହାକୁ ନେଇ ମୁଁ ବି ଦୁଃଖ କରିଛି ବୋଲି କହିଛନ୍ତି ଶାହରୁଖ ।

Comments are closed.