Latest Odisha News

କାର୍ତ୍ତିକଙ୍କ ପାଇଁ ଫିଲ୍ମ ନିର୍ମାଣ କରିବେ କିଙ୍ଗଖାନ୍ ଶାହରୁଖ !

ମୁମ୍ବାଇ: ବଲିଉଡର ବାଦଶାହ ଶାହରୁଖ ଖାନ । ତାଜା ସ୍ଥିତିରେ ନିଜେ କୌଣସି ଫିଲ୍ମରେ ଅଭିନେତା ପାଇଁ ସାଇନ୍ କରିନାହାନ୍ତି । ହେଲେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ପାଇଁ ନିର୍ମାଣ କରିବେ ରୋମାଣ୍ଟିକ୍ କମେଡି ମୁଭି । ଫିଲ୍ମର ଟାଇଟଲ ଫିକ୍ସ ହୋଇନଥିଲେ ବି କାର୍ତ୍ତିକ ଅଭିନୟ କରିବା ନେଇ ହଁ ଭରିଛନ୍ତି ।

କିଙ୍ଗ ଖାନଙ୍କ ପ୍ରଡକ୍ସନ ହାଉସ୍ ରେଡ୍ ଚିଲିଜ୍ ଏଣ୍ଟରଟେନ୍‌ମେଣ୍ଟ ସମ୍ଭାଳିବ କାର୍ତ୍ତିକଙ୍କ ଫିଲ୍ମର ପ୍ରଯୋଜନା ଭାର । ତେବେ ଏ ନେଇ କିଙ୍ଗ ଖାନ କି କାର୍ତ୍ତିକ କୌଣସି ଅଫିସିଆଲ ଷ୍ଟେଟ୍‌ମେଣ୍ଟ ଦେଇନାହାନ୍ତି । ରିପୋର୍ଟ ଅନୁଯାୟୀ ବି.ଏ ପାସ୍ ଓ ସେକ୍ସନ୍ ୩୭୫ ଭଳି ଫିଲ୍ମ ନିର୍ମାଣ କରିଥିବା ଅଜୟ ବେହେଲ କାର୍ତ୍ତିକଙ୍କ ଫିଲ୍ମର ନିର୍ଦ୍ଦେଶନା ଦେବେ । ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ ଥିଲାବେଳେ ଆସନ୍ତା ବର୍ଷ ଜୁନ୍ କିମ୍ବା ଜୁଲାଇ ମାସରେ ସୁଟିଂ ଆରମ୍ଭ ହେବ ।

କାର୍ତ୍ତିକଙ୍କ ହାତରେ ଏକାଧିକ ପ୍ରୋଜେକ୍ଟ ଥିବାରୁ ଶାହରୁଖଙ୍କ ପ୍ରଯୋଜିତ ଫିଲ୍ମର ସୁଟିଂ ଆସନ୍ତା ବର୍ଷକୁ ଘୁଂଚିଛି । ଡିସେମ୍ବରରେ ରାମ ମାଧୱନଙ୍କ ଫିଲ୍ମ, ଜାନୁଆରୀରେ ଭୁଲ୍ ଭୁଲୈୟା-୨ ଓ ମାର୍ଚ୍ଚରେ କରନ ଜୋହରଙ୍କ ଦୋସ୍ତାନା-୨ ଭଳି ଫିଲ୍ମ ପାଇଁ କାର୍ତ୍ତିକଙ୍କ ହାତରେ ଆଉ ସମୟ ନାହିଁ । ତେବେ ଏପରି ବି ଶୁଣିବାକୁ ମିଳିଛି ଯେ ଅଲ୍ଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ମୁଭି ଆଲା ବୈକୁଣ୍ଠପୁରମୁଲୋ ର ହିନ୍ଦୀ ରିମେକ ଭର୍ସନରେ ମଧ୍ୟ କାର୍ତ୍ତିକଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରେ ସେ ରୋହିତ ଧୱନଙ୍କ ନିର୍ଦ୍ଦେଶନାର ଅଭିନୟ କରିବେ ।

ତେବେ ଶାହରୁଖଙ୍କ ପ୍ରଯୋଜନା ତାଲିକାରେ କେବଳ କାର୍ତ୍ତିକ ନୁହେଁ ବରଂ ଅର୍ଜୁନ କାପୁର ଓ ଅଭିଷେକ ବଚ୍ଚନଙ୍କ ପାଇଁ ମଧ୍ୟ ଗୋଟିଏ ଲେଖାଏଁ ଫିଲ୍ମ ନିର୍ମାଣ ହେବ ।

Leave A Reply

Your email address will not be published.