ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଦୀର୍ଘ ଦିନ ଅପେକ୍ଷା କରିବା ପରେ ଏବେ ତାମିଲ ନିର୍ଦ୍ଦେଶକ ଅତଲୀଙ୍କ ଫିଲ୍ମରେ ଅଭିନୟ କରିବା ପାଇଁ ରାଜି ହୋଇଛନ୍ତି । ସନକୀ ନାମକ ଏହି ଫିଲ୍ମରେ ଶାହାରୁଖଙ୍କ ଦୀପିକା ପାଦୁକୋନ ଅଭିନୟ କରିବେ । ପୂର୍ବରୁ ଏହି ଯୋଡି ଓମ ଶାନ୍ତି ଓମ ଓ ଚେନ୍ନାଇ ଏକ୍ସପ୍ରେସରେ ଏକତ୍ର ଅଭିନୟ କରିଛନ୍ତି ।
ସନକୀ ସମ୍ପୂର୍ଣ୍ଣ ଭାବେ ଏକ କମର୍ସିଆଲ ଫିଲ୍ମ ଏବଂ ଆସନ୍ତା ବର୍ଷ ଏହା ଫ୍ଲୋରକୁ ଯିବ । ଶାହାରୁଖ ଏହି ଫିଲ୍ମ ବ୍ୟତୀତ ରାଜ ନିଦିମୋରୁ, କ୍ରିଷ୍ଣା ଡିକେ ଓ ରାଜକୁମାର ହିରାନୀଙ୍କ ଫିଲ୍ମରେ ମଧ୍ୟ ଅଭିନୟ କରିବେ । ସେହିପରି ଦୀପିକା ଶକୁନ ବତ୍ରାଙ୍କ ଆଗାମୀ ଫିଲ୍ମରେ ପ୍ରଭାସଙ୍କ ସହ ଏବଂ ଘରୋଇ ପ୍ରଡକ୍ସନ ଦ୍ରୌପଦୀରେ ଅଭିନୟ କରିବେ ।
Comments are closed.