Latest Odisha News

BREAKING NEWS

ଖୁବ୍‌ ଶୀଘ୍ର କମ୍‌ ବ୍ୟାକ୍‌ କରୁଛନ୍ତି ଶାହାରୁଖ୍‌ ଓ ହିରାନୀଙ୍କ ଯୋଡି

ନୂଆଦିଲ୍ଲୀ: ଶେଷ ଥର ପାଇଁ ଫିଲ୍ମ ‘ଜିରୋ’ରେ ଏକାଠି କାମ କରିଥିଲେ ଶାହାରୁଖ୍‌ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜକୁମାର ହିରାନୀ। ତେବେ ପୁଣି ଉଭୟ ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଶାହାରୁଖ୍‌ ଏପର୍ଯ୍ୟନ୍ତ ତାଙ୍କର ଆଗାମୀ ଚଳଚ୍ଚିତ୍ରର ଶୀର୍ଷକ ଘୋଷଣା କରିନାହାଁନ୍ତି। ସେ ବର୍ତ୍ତମାନ ଏକାଧିକ ପ୍ରୋଜେକ୍ଟ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି।

ସିନେ ଦର୍ଶକ ପୂର୍ବରୁ ରାଜ କୁମାର ହିରାନୀଙ୍କ  ଅନେକ ସୁପର୍‌ହିଟ୍‌ ଚଳଚ୍ଚିତ୍ର ଉପଭୋଗ କରିଥିଲେ। ଯେମିତିକି ‘ମୁନ୍ନାଭାଇ ଏମବିବିଏସ୍’, ‘ସଞ୍ଜୁ’ ଏବଂ ‘ପି.କେ’ ଭଳି ଚଳଚ୍ଚିତ୍ର ବକ୍ସ ଅଫିସ୍‌ରେ ଧୁମ୍‌ ମଚେଇଥିଲା।

ତେବେ ଶାହାରୁକ୍‌ ଓ ରାଜ କୁମାରଙ୍କୁ ଏକାଠି ପ୍ରଶଂସକ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି।

 

Comments are closed.