ନୂଆଦିଲ୍ଲୀ: କେବେ ଖୋଲିବ ଶାହିନବାଗ ରାସ୍ତା । ସିଏଏ ଏବଂ ଏନଆରିସିକୁ ନେଇ ଶାହିନବାଗରେ ଆନ୍ଦୋଳନ ଜାରି ରହିଥିବା ବେଳେ ଏହାର ସମାଧାନ ପାଇଁ ସୁପ୍ରିମ୍ କୋର୍ଟଙ୍କ ପକ୍ଷରୁ ମଧ୍ୟସ୍ତି ଟିମ୍ ନିଯୁକ୍ତ କରାଯାଇଛି । ଲଗାତର ତିିନି ଦିନ ହେଲା ଆନ୍ଦୋଳନକାରୀଙ୍କ ସହ ମଧ୍ୟସ୍ତି ଟିମ ଆଲୋଚନା କରିିଥିଲେ ମଧ୍ୟ ଏହାର ସମାଧାନର ବାଟ ବାହାରି ପାରୁନାହିଁ ।
ଆଜି ଚତୁର୍ଥ ଦିନରେ ମଧ୍ୟସ୍ତି ଟିମ୍ର ସଦସ୍ୟ ସାଧନା ରାମଚନ୍ଦ୍ରନ ଆନ୍ଦୋଳନକାରୀଙ୍କ ସହ ସାକ୍ଷାତ କରି ଅଲୋଚନା କରିଛନ୍ତି । ରାସ୍ତା ଖୋଲିବାର ବାଟ ବାହାର କରିବା ପାଇଁ ଆନ୍ଦୋଳନକାରୀଙ୍କୁ ବୁଝାଇଛନ୍ତି । ତେବେ ଆନ୍ଦୋଳନକାରୀ ମଧ୍ୟସ୍ତି ଟିମଙ୍କ ପାଖରେ ଅନେକ ଦାବି ରଖିଛନ୍ତି । ପୋଲିସ ନୁହେଁ ସୁପ୍ରମକୋର୍ଟ ଲିଖିତ ଆକାରରେ ଆମକୁ ସୁରକ୍ଷା ପ୍ରତିଶୃତି ଦିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ଏଥିସହ ଶାହିନବାଗ ଏବଂ ଜାମିଆର ଲୋକଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ଫେରାଇ ନିଆଯାଉ । କେବଳ ସେତିକି ନୁହେଁ ଯେଉଁମାନେ ଶାହିନବାଗର ଲୋକଙ୍କ ବିରୋଧରେ କହିଛନ୍ତି, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଉ ବୋଲି ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ।
ଲଗାତର ଦୁଇ ମାସରୁ ଅଧିକ ଦିନ ହେଲା ଶାହିନବାଗରେ ସିଏଏକୁ ବିରୋଧ କରି ଆନ୍ଦୋଳନ ଜାରି ରହିଛି । ଏଥିଯୋଗୁଁ ଶାହିନବାଗ୍ ରାସ୍ତା ବନ୍ଦ ପଡ଼ିଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇପଡିଛି । ଏନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।
BREAKING NEWS
- ୨୦୨୫-୨୬ ଆର୍ଥିକ ବର୍ଷରେ ସମୁଦାୟ ୪୪.୮୨ ମିଲିଅନ୍ ଟନ୍ ଖଣିଜ ଉତ୍ପାଦନ ରେକର୍ଡ
- ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
- ଦିନିକିଆ ବିଶ୍ୱକପ: ସାମୀଙ୍କ ପରେ ବରୁଣଙ୍କୁ ସୁଯୋଗ ନ ମିିଳିପାରେ
- ଚୋର ସହ ଠେଲାପେଲା ବେଳେ ଛାତରୁ ପଡି ଯୁବକ ମୃତ
- ଅହାନଙ୍କ ସହ ନୂଆ ଫିଲ୍ମର ଶୁଟିଂ ଆରମ୍ଭ କଲେ ଅଲୀ ଅବାସ ଜାଫର
- ଭୟଙ୍କର ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ; ୫ ମୃତ, ୪ ପୋଲିସକର୍ମୀ ଗୁରୁତର
- ସରକାରୀ ଖଜଣାରୁ ୩ କୋଟି ୬୭ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ, ୨ ଗିରଫ
- Malda Hostage Case:ବିମାନବନ୍ଦରରୁ ମାଲଦା ହିଂସାର ‘ମାଷ୍ଟରମାଇଣ୍ଡ’ AIMIM ନେତା ଗିରଫ, ଅନ୍ୟ ୩୫ ଜଣ ମଧ୍ୟ ବନ୍ଧା ହେଲେ
- ମିଛ କହିବା ଦ୍ୱାରା ଗରମ ହୁଏ ଶରୀରର ଏହି ଅଂଶ, ଜାଣନ୍ତୁ ଏହା ପଛର ରହସ୍ୟ..
- CM Completed His self-enumeration: ସ୍ୱ-ଜନଗଣନାରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ, ନିଜ ବାସଭବନରେ କଲେ ନିଜର ସେଲ୍ଫ ଏନୁମରେସନ୍
Comments are closed.