Latest Odisha News

BREAKING NEWS

ଭିମସାର: ମାର୍ଚ୍ଚ ୧ରୁ ବଦଳିବ ଖାଦ୍ୟ; ରୋଗୀଙ୍କୁ ମିଳିବ ସୁଜି, ସିମେଇ, ପନିର, ମାଂସ

ସମ୍ବଲପୁର: ରୋଗୀଙ୍କ ପାଇଁ ଭିଟାମିନର ଆବଶ୍ୟକତାକୁ ଦେଖି ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲରେ ଖାଦ୍ୟରେ ପରିବର୍ତ୍ତନ କରାଯିବ । ରୋଗୀଙ୍କୁ କେବଳ ପାଉଁରୁଟି ଓ କ୍ଷୀର ନୁହେଁ ବରଂ ସୁଜି, ସିମେଇ, ଭାତ, ରୁଟି, ପନିର, ମାଂସ, ସୁପ୍ ଭଳି ସୁସ୍ୱାଦୁ ଖାଦ୍ୟ ଦିଆଯିବ । ଏନେଇ ଭିମସାରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୧୧ ମସିହାରୁ ଏଭଳି ଖାଦ୍ୟ ରୋଗୀଙ୍କୁ ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ତେବେ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିନାହିଁ ।

ଖାଦ୍ୟ ପ୍ରଦାନ ଅନୁଯାୟୀ ରୋଗୀଙ୍କୁ ୨ ଭାଗରେ ବିଭକ୍ତ କରାଯାଇଛି । ମଧୁମେହ, ହୃଦରୋଗୀ, କର୍କଟ, ଯକ୍ଷ୍ମା ଓ ପୋଡାଜଳା ରୋଗୀଙ୍କୁ କୋମଳ, ତରଳ ଖାଦ୍ୟ ପଦାର୍ଥ ଦିଆଯିବ । ଏହି ରୋଗୀଙ୍କ ପାଇଁ ସେମାନଙ୍କ ଆବଶ୍ୟକ ଅନୁଯାୟୀ ଭିଟାମିନଯୁକ୍ତ ଖାଦ୍ୟ ପ୍ରଦାନ କରାଯିବ । ଏବଂ ଅନ୍ୟ ରୋଗୀଙ୍କ ପାଇଁ ଅନ୍ୟ ପ୍ରକାର ଖାଦ୍ୟ ଦିଆଯିବ ।

Leave A Reply

Your email address will not be published.