Latest Odisha News

BREAKING NEWS

ବାପା ହେଲେ ଶାହିର୍‌

ମୁମ୍ବାଇ: ବାପା ହେଲେ ଟିଭିର ଲୋକପ୍ରିୟ ଅଭିନେତା ଶାହିର ଶେଖ। କନ୍ୟା ସନ୍ତାନର ପିତାମାତା ହେବାର ସୌଭାଗ୍ୟ ଲାଭ କରିଛନ୍ତି ଶାହିର୍‌ ଓ ପତ୍ନୀ ରୁଚିକା। ରୁଚିକା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।

ନିକଟରେ ଏହି ଦମ୍ପତି ସୋସିଆଲ ମିଡିଆ ଆକାଉଣ୍ଟରେ ବେବି ସାୱାରର ଫଟୋ ସେୟାର କରି କହିଥିଲେ ଯେ ଖୁବ୍ ଶୀଘ୍ର ସେମାନଙ୍କ ଘରକୁ ନୂଆ ଅତିଥୀ ଆସିବାକୁ ଯାଉଛି। ଯାହା ପରେ ପ୍ରଶଂସକମାନେ ସେମାନଙ୍କୁ ଅଭିନନ୍ଦନ ଜଣାଇବା ଆରମ୍ଭ କରିଥିଲେ।

ଏପର୍ଯ୍ୟନ୍ତ ଶାହିର ଏବଂ ରୁଚିକା ଶିଶୁର ଜନ୍ମ ବିଷୟରେ ଆନୁଷ୍ଠାନିକ ଭାବେ ସୂଚନା ଦେଇନାହାଁନ୍ତି। ଇଂରାଜୀ ୱେବସାଇଟ୍ ବଲିଉଡ୍ ଲାଇଫ୍ ଅନୁଯାୟୀ, ରୁଚିକା ୧୦ ସେପ୍ଟେମ୍ବରରେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।

Leave A Reply

Your email address will not be published.