Latest Odisha News

BREAKING NEWS

ବିବାହ କଲେ ଅଭିନେତା ସାହିର୍ ଶେଖ୍

ମୁମ୍ବାଇ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତା ସାହିର ଶେଖ୍ । ରୁଚିକା କାପୁରଙ୍କ ସହ ଦୀର୍ଘଦିନ ଧରି ପ୍ରେମ ସଂପର୍କରେ ରହିବା ପରେ ଶେଷରେ ଶୁକ୍ରବାର ଦୁହେଁ ପରସ୍ପରକୁ ବିବାହ କରିଛନ୍ତି । କରୋନା ପାଇଁ ଧୁମ୍‌ଧାମ୍‌ରେ ନୁହେଁ ବରଂ ଦୁହେଁ କୋର୍ଟ ମ୍ୟାରେଜକୁ ପସନ୍ଦ କରିଥିଲେ । ତେବେ ଆସନ୍ତା ବର୍ଷ ଦୁହେଁ ନିଜ ବିବାହ ଉତ୍ସବକୁ ଧୁମ୍‌ଧାମ୍‌ରେ ପାଳିବା ପାଇଁ ଯୋଜନା କରିଛନ୍ତି ।

ଟେଲିଭିଜନ ଦୁନିଆରେ ସାହିର କିଛି ଅଜଣା ନୁହେଁ । ଅନ୍ୟପଟେ ରୁଚିକା ବାଲାଜୀ ପ୍ରଡକ୍ସନ୍ସରେ ଭାଇସ୍ ପ୍ରେସିଡେଣ୍ଟ ପଦବୀରେ ରହିଛନ୍ତି । ୨୦୧୮ରେ ଦୁହିଁଙ୍କ ଲଭଷ୍ଟୋରୀ ସାମ୍ନାକୁ ଆସିଥିଲା । ଜଣେ କମନ୍ ଫ୍ରେଣ୍ଡ ଜରିଆରେ ଦୁହେଁ ପରସ୍ପରକୁ ସାକ୍ଷାତ କରିଥିଲାବେଳେ ପରେ ସେମାନଙ୍କ ବନ୍ଧୁତା ପ୍ରେମ ସଂପର୍କରେ ପରିଣତ ହୋଇଥିଲା ।

ଦୁହିଁଙ୍କ କୋର୍ଟ ମ୍ୟାରେଜରେ କେବଳ ଅତି ନିକଟତର ବନ୍ଧୁ ଓ ପରିବାର ଲୋକେ ସାମିଲ ହୋଇଥିଲେ । ତେବେ କଳାକାର ଭାବେ ମାତ୍ର ସୁପ୍ରିୟା ପିଲଗାଓଁକର ହିଁ ଏହି ବିବାହରେ ସାମିଲ ହୋଇଥଲେ । ବିବାହ ପରେ ଦୁହେଁ ଏକ ଛୋଟ ଉତ୍ସବ ପାଇଁ ସାହିରଙ୍କ ଗାଁ ଜାମ୍ମୁ ଯାଇଥିବା ଜଣାପଡିଛି ।

Leave A Reply

Your email address will not be published.