Latest Odisha News

BREAKING NEWS

ବୟସକୁ ନେଇ ସୋସିଆଲ ମିଡ଼ିଆରେ ଟ୍ରୋଲ୍ ହେଲେ ଶାହିଦ ଆଫ୍ରିଦି

ନୂଆଦିଲ୍ଲୀ : ଆଜି ଶାହିଦ ଆଫ୍ରିଦିଙ୍କ ଜନ୍ମଦିନ । ନିଜ ଜନ୍ମଦିନ ଅବସରରେ ଆଫ୍ରିଦି ଏକ ଟ୍ୱିଟ କରିଛନ୍ତି । ଏହି ଟ୍ୱିଟ୍ ପରେ ତାଙ୍କ ବୟସକୁ ନେଇ ସୋସିଆଲ ମିଡ଼ିଆରେ ଖୁବ ଟ୍ରୋଲ୍ କରାଯାଉଛି । ପାକିସ୍ତାନ କ୍ରିକେଟରେ ‘ଲାଲା’ ନାମରେ ପ୍ରସିଦ୍ଧ ଆଫ୍ରିଦି ଟ୍ୱିଟରେ ନିଜ ବୟସ ୪୪ ବର୍ଷ ବୋଲି କହିଛନ୍ତି । ଏହାପରେ ୟୁଜର୍ସ ତାଙ୍କୁ ଖୁବ ଟ୍ରୋଲ୍ କରିଛନ୍ତି ।

ଆଜି ଆଫ୍ରିଦି ନିଜ ଜନ୍ମଦିନ ଅବସରରେ ନିଜ ବୟସକୁ ନେଇ ଟ୍ୱିଟ କରିଛନ୍ତି। ଟ୍ୱିଟରେ ସେ ଲେଖିଛନ୍ତି, “ଜନ୍ମଦିନର ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ…ଆଜି ମୋତେ ୪୪ ବର୍ଷ ବୟସ ହେଲା। ମୋ ପରିବାର ଓ ମୋ ପ୍ରଶଂସକ ମୋର ସବୁଠାରୁ ବଡ ସମ୍ପତ୍ତି। ମୁଁ ମୁଲତାନ ସହ କାର୍ଯ୍ୟକାଳର ଆନନ୍ଦ ନେଉଛି ଏବଂ ସମସ୍ତ ମୁଲତାନ ସୁଲତାନ ପ୍ରଶଂସକଙ୍କ ପାଇଁ ମ୍ୟାଚ ଜିତିଲା ଭଳି ପ୍ରଦର୍ଶନ କରିବୁ ବୋଲି ଆଶା କରୁଛି।” ଆଫ୍ରିଦିଙ୍କ ଏହି ଟ୍ୱିଟ ପରେ ସୋସିଆଲ ମିଡ଼ିଆରେ ତାଙ୍କୁ ଖୁବ ଟ୍ରୋଲ୍ କରାଯାଉଛି।

ୟୁଜର୍ସ କହିଛନ୍ତି ଆଫ୍ରିଦିଙ୍କ ଅଟୋବାୟୋଗ୍ରାଫିରେ ତାଙ୍କ ବୟସ ୪୬ ବର୍ଷ ଅଛି ଓ କିଛି ୱେବସାଇଟରେ ୪୦ ଓ ୪୧ ବର୍ଷ ରହିଛି । ଆଫ୍ରିଦିଙ୍କ ଅଲଗା ଅଲଗା ବୟସ ସାମ୍ନାକୁ ଆସିବା ପରେ ୟୁଜର୍ସ ତାଙ୍କୁ ଟ୍ରୋଲ୍ କରିଛନ୍ତି । ଏହା ପୂର୍ବରୁ ଆଫ୍ରିଦି ନିଜ ଅଟୋବାୟୋଗ୍ରାଫି ‘ଗେମ ଚେଞ୍ଜର’ରେ ନିଜ ବୟସକୁ ନେଇ ଖୁଲାସା କରିଥିଲେ । ସେ କହିଥିଲେ ଯେ ତାଙ୍କ ଅସଲ ବୟସ କାଗଜପତ୍ରରେ ଦିଆଯାଇଥିବା ବୟସ ଠାରୁ ଅଧିକ । ସେ କହିଥିଲେ ତାଙ୍କ ଅସଲ ବୟସ ଓ କାଗଜପତ୍ରରେ ଦିଆଯାଇଥିବା ବୟସ ମଧ୍ୟରେ ୫ ବର୍ଷର ଅନ୍ତର ରହିଛି । ତାଙ୍କର ଏହି ଖୁଲାସା ପରେ ବହୁତ ବିବାଦ ହୋଇଥିଲା ।

Leave A Reply

Your email address will not be published.