Latest Odisha News

BREAKING NEWS

ଜନ୍ମମାଟିରେ ସହିଦ ଯବାନଙ୍କ ମରଶରୀର: ଶେଷ ଦର୍ଶନ ପାଇଁ ପ୍ରବଳ ଜନସମୁଦ୍ର

ବରଗଡ: ଜନ୍ମମାଟିରେ ସହିଦ ଓଡ଼ିଆ ଯବାନ ନୀଳାଞ୍ଚଳ ପଟେଲଙ୍କ ମରଶରୀର। ସହିଦଙ୍କ ପୈତୃକ ଗାଁ ବରଗଡ଼ ଭେଡେନ ବାଘପାଲି ଗାଁରେ ପହଞ୍ଚିଲା ନୀଳାଞ୍ଚଳ ପଟେଲଙ୍କ ପାର୍ଥିବ ଶରୀର। ଆଜି ମଧ୍ୟାହ୍ନ ସମୟରେ  ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ। ଆଜି ସକାଳେ ବରଗଡ଼ରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବରଗଡ ଜିଲ୍ଲାପାଳ ସମ୍ମାନ ଜଣାଯାଇଥିଲେ । ସେପଟେ ବୀର ପୁଅକୁ ହରାଇ କାନ୍ଦ ବୋବାଳିରେ ଫାଟିପଡୁଛି ପୁରା ବରଗଡ ମାଟି। କାହାରି ଆଖିରୁ ଲୁହ ଶୁଖୁନି। ନୀଳାଞ୍ଚଳଙ୍କୁ ଶେଷ ଦର୍ଶନ ପାଇଁ ଗାଁରେ ପ୍ରବଳ ଲୋକଙ୍କର ଭିଡ ଜମିଛି  ।

ଶୁକ୍ରବାର ବିଳମ୍ବିତ ରାତିରେ ମଣିପୁରରେ ପାଟ୍ରୋଲିଂ ବେଳେ ସହିଦ ହୋଇଥିଲେ ଓଡ଼ିଆ ଯବାନ ନୀଳାଞ୍ଚଳ ପଟେଲ। ସେ ଆସାମ ରାଇଫଲ୍ସରେ କାର୍ଯ୍ୟରତ ଥିଲେ । ନୀଳାଞ୍ଚଳଙ୍କ ଘର ବରଗଡ଼ ଭେଡେନ ବ୍ଲକ ବାଘପାଲିରେ । ୨୦୦୦ ମସିହାରେ ସେ ଆସାମ ରାଇଫଲରେ ଯୋଗ ଦେଇଥିଲେ । ଆସନ୍ତାବର୍ଷ ୨୦୨୪ ମସିହାରେ କାର୍ଯ୍ୟରୁ ଅବସର ନେଇଥାନ୍ତେ। ତାଙ୍କ ଘରେ ବୃଦ୍ଧା ମାଆ , ପତ୍ନୀ ରାଶେଶ୍ବରୀ ପଟେଲ , ଦୁଇ ଝିଅଙ୍କ ସହ ବଡ଼ଭାଇ ନୀଳାମ୍ବର ପଟେଲ ଓ ଭାଉଜ ମଂଜୁଲତା ପଟେଲ ରହିଥିବା ଜଣାପଡିଛି ।

Comments are closed.