Latest Odisha News

ତେଲୁଗୁ ଫିଲ୍ମ ‘ଜର୍ସି’ର ରିମେକରେ ନଜର ଆସିବେ ଶାହିଦ

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ବଲିଉଡ ସିନେମା ‘କବୀର ସିଂ’ର ଅଦ୍ଭୁତ ପୂର୍ବ ସଫଳତା ପରେ ଭାରତୀୟ କ୍ରିକେଟ ଦଳର ଜର୍ସିରେ ନଜର ଆସିବେ ଶାହିଦ । ଆପଣ ଭାବୁଥିବେ ଶାହିଦ ସିନେମାରୁ ସନ୍ୟାସ ନେଇ ଖେଳରେ କାହିଁକି ଯୋଗ ଦେଲେ ! କିନ୍ତୁ ଆମେ ଆପଣଙ୍କୁ କହି ରଖୁଛୁ ଶାହିଦ ଏହି ଜର୍ସି ଖେଳ ପାଇଁ ନୁହେଁ, ବରଂ ନିଜ ଅପକମିଙ୍ଗ ସିନେମା ପାଇଁ ପିନ୍ଧିଛନ୍ତି ।

‘କବୀର ସିଂ’ ଶାହିଦ କପୁରଙ୍କ ଠାରୁ ଚକଲେଟ ବୟର ଟାଇଟଲ ଛଡାଇ ନେବା ସହ ମୋଷ୍ଟ ସିଜଲିଙ୍ଗ ଭର୍ସାଟାଇଲ ଅଭିନେତାର ପରିଚୟ ତାଙ୍କୁ ଦେଇଛି ।

ଶାହିଦ କପୁର ଏବେ ପୁଣିଥରେ ତେଲୁଗୁ ଫିଲ୍ମର ହିନ୍ଦୀ ରିମେକ୍‌ରେ ନଜର ଆସିବେ। ଗତ ଏପ୍ରିଲ ମାସରେ ରିଲିଜ୍‌ ହୋଇଥିବା ତେଲୁଗୁ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ୍‌ ପାଇଁ ଶାହିଦ ସାଇନ୍‌ କରିଥିବା ଶୁଣିବକୁ ମିଳିଛି ।

ଫିଲ୍ମର କାହାଣୀ ଜଣେ ଅସଫଳ କ୍ରିକେଟର ଉପରେ ଆଧାରିତ। ଏଥିରେ ଶାହିଦଙ୍କୁ ଜଣେ କ୍ରିକେଟର ଚରିତ୍ରରେ ଦେଖିବାକୁ ମିଳିବ।

ଏହାର ମୂଳ ଫିଲ୍ମର ନିର୍ଦ୍ଦେଶକ ଗୌତମ ତିନ୍ନାନୁରୀ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳି ଥିବାବେଳେ। ଆଲୁ ଅରବିନ୍ଦ, ଅମନ ଗିଲ ଏବଂ ଦିଲ ରାଜୁ ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି।

ଆସନ୍ତା ବର୍ଷ ଅଗଷ୍ଟ ୨୧ରେ ଏହା ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।

Comments are closed.