Latest Odisha News

BREAKING NEWS

ରିଲିଜ ହେଲା ସାହିଦ କପୁରଙ୍କ ଫିଲ୍ମ ‘ଜର୍ସି’

ମୁମ୍ବାଇ : ସାହିଦ କପୁରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଜର୍ସି’ ଆଜି ରିଲିଜ ହୋଇଛି । ବଲିଉଡ ଆକ୍ଟର ସାହିଦ କପୁର ନିଜ ଫିଲ୍ମ ‘ଜର୍ସି’ ରିଲିଜକୁ ନେଇ ବହୁ ଦିନ ହେଲେ ଅପେକ୍ଷା କରିଥିଲେ ।ହେଲେ ଆଜି ପ୍ରତୀକ୍ଷାର ଅନ୍ତ ଘଟିଛି । କରୋନା କଟକଣା କାରଣରୁ ଏହି ଫିଲ୍ମ ରିଲିଜ ହୋଇପାରିନଥିଲା । ହେଲେ ଏବେ ସାହିଦ କପୁରଙ୍କ ଜର୍ସି ଫିଲ୍ମ ରିଲିଜ ହୋଇଛି ।

ଫିଲ୍ମ କବିର ସିଂ ପରେ ସାହିଦଙ୍କ ‘ଜର୍ସି’ ଫିଲ୍ମ ପ୍ରଶଂସା ପାଇବ ବୋଲି ଆଶା ରଖିଛନ୍ତି ପୁରା ଟିମ୍ । ‘ଜର୍ସି ‘ଫିଲ୍ମଟି ତେଲୁଗୁ ଫିଲ୍ମର ରିମିକ୍ ଅଟେ । ସ୍ପୋର୍ଟ, ଡ୍ରାମା ଆଧାରିତ ଏହି ଫିଲ୍ମରେ ଇମୋସନ ଭରା କାହାଣି ରହିଛି । ରିଲିଜିର ପ୍ରଥମ ଦିନରେ ସାହିଦଙ୍କ ଫ୍ୟାନ ମାନେ ଖୁବ ପସନ୍ଦ କରିଛନ୍ତି ଏହି ଫିଲ୍ମକୁ । ଏହି ଫିଲ୍ମରେ ଜଣେ ଅସଫଳ କ୍ରିକେଟର ଭୂମିକାରେ ନଜର ଆସିଛନ୍ତି ସାହିଦ ।

୩୬ ବର୍ଷ ବୟସରେ ନିଜ ପୁଅ ପାଇଁ ପୁଣି ଥରେ କ୍ରିକେଟ ମଇଦାନକୁ ଓହ୍ଲାଇଛନ୍ତି ସାହିଦ କପୁର । ଏହି ଫିଲ୍ମର ରିଲିଜ ଡେଟ ବାରମ୍ବାର ପରିବର୍ତ୍ତନ ହୋଇଥିଲା । ଚଳିତ ମାସ ଏପ୍ରିଲ ୧୪ରେ ଏହି ଫିଲ୍ମ ରିଲିଜ ହେବାର ଥିଲା । ହେଲେ କେଜିଏଫ ୨ ରିଲିଜ ହେଉଥିବାରୁ ଏହି ଫିଲ୍ମର ରିଲିଜ ଡେଟକୁ ପରିବର୍ତ୍ତନ କରାଯାଇଥିଲା । ହେଲେ ଶେଷରେ ମୁଭିଟି ଆଜି ରିଲିଜ ହୋଇଛି ।

Leave A Reply

Your email address will not be published.