Latest Odisha News

BREAKING NEWS

ବିବାହ କଲେ ଆତ୍ମସମର୍ପିତ ମାଓ ପ୍ରେମୀ ଯୁଗଳ

ଭବାନିପାଟଣା: ମାଓବାଦ ରାସ୍ତା ଛାଡ଼ି ମୁଖ୍ୟସ୍ରୋତକୁ ଫେରିଥିବା ପ୍ରେମୀ ଯୁଗଳଙ୍କୁ ବାହା କରାଇଛି କଳାହାଣ୍ଡି ପୋଲିସ । ୨୦୧୬ରେ ଆତ୍ମସମର୍ପଣ କରିଥିବା କଲମଦେଇ ଏବଂ ୨୦୨୦ରେ ମାଓବାଦ ରାସ୍ତା ଛାଡ଼ିଥିବା ରାମଦାସ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ଶୁକ୍ରବାର ଭବାନିପାଟଣା ରିଜର୍ଭ ପୋଲିସ ପଡ଼ିଆରେ ଉଭୟଙ୍କର ଧୁମଧାମ୍ ରେ ବିବାହ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ କଳାହାଣ୍ଡି ଏସପି ସରବଣ ବିବେକ ଓ ସିଆରପିଏଫ କମାଣ୍ଡାଣ୍ଟ ବିପ୍ଲବ ସରକାର ଯୋଗ ଦେଇ

ଥିଲେ ।

ପୁର୍ନବାସ ଯୋଜନାରେ ରାମଦାସଙ୍କୁ ୩.୯୮ ଲକ୍ଷ ଓ କଲମଦେଇଙ୍କୁ ୨.୯୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ବିଜେପୁର ଛତିଶଗଡ଼ର ବାସିନ୍ଦା କେଶବ ବେଲାଡ଼ି ଓରଫ ରାମଦାସ ସିପିଆଇ(ମାଓବାଦୀ)ର ସକ୍ରିୟ ସଦସ୍ୟ ଭାବେ ୯ ବର୍ଷ ସାମିଲ ଥିଲେ ।

 

ଆତ୍ମସମର୍ପଣ କରିବା ପରେ ରାମଦାସ ର ପିତାଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିଲା । ଏହା ସହିତ ସେ ତାଙ୍କ ଭାଇ ଭଉଣୀଙ୍କୁ ଦଶ ବର୍ଷ ପରେ ଭେଟିବାର ସୁଯୋଗ ପାଇଥିଲେ ।

 

ଆତ୍ମସମର୍ପଣ ପରେ ଉଭୟଙ୍କୁ ପୁର୍ନବାସ ଯୋଜନାରେ ଇଚ୍ଛାନୁସାରେ ଧନ୍ଦାମୂଳକ ଶିକ୍ଷା ତାଲିମ ଦିଆଯାଇଥିଲା । ତାଲିମ ସମୟରେ ଉଭୟଙ୍କ ପ୍ରେମ ସଂପର୍କ ବିଷୟରେ ଜାଣିବାକୁ ପାଇଥିଲେ କଳାହାଣ୍ଡି ଏସପି । ଉଭୟଙ୍କ ପରିବାର ସହ ଆଲୋଚନା କରାଯାଇ କଳାହାଣ୍ଡି ପୋଲିସ ଉଭୟଙ୍କ ବିବାହ ପାଇଁ ସ୍ୱତନ୍ତ୍ର ଆୟୋଜନ କରିଥିଲା ।

Leave A Reply

Your email address will not be published.